Categories: ଖେଳ

ପଞ୍ଜାବୀ ଗୀତରେ ଗେଲ୍‌ଙ୍କ ସହ ମିଶି ଧୂମ୍‌ ନାଚିଲେ ଯୁବରାଜ

ଟିମ୍‌ ଇଣ୍ଡିଆର ସିକ୍ସର୍‌ କିଙ୍ଗ୍‌ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂକୁ ଏବେ ବି ଦର୍ଶକ ଉପଭୋଗ କରୁଛନ୍ତି। କାନାଡାରେ ଚାଲିଥିବା ଗ୍ଲୋବାଲ୍‌ ଟି୨୦ ଲିଗ୍‌ରେ ଯୁବରାଜ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏହି ଲିଗରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଏବଂ ଆନ୍ଦ୍ରେ ରଶେଲ ମଧ୍ୟ ଖେଳୁଛନ୍ତି। ତେବେ ମ୍ୟାଚ୍‌ ପରେ ଯୁବରାଜ ଗେଲ୍‌, ରଶେଲ୍‌ଙ୍କ ସହ ମିଶି ପଞ୍ଜାବୀ ଗୀତରେ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଓଟୋରିଓରେ ଆୟୋଜିତ ଏକ ପାର୍ଟିରେ ଏକ ଧୂମ୍‌ ଡ୍ୟାନ୍ସ କରୁଥିବାର ଭିଡିଓ ରଶେଲ୍‌ ନିଜ ଇନଷ୍ଟାଗ୍ରାମରେ ଛାଡିଛନ୍ତି। ସୂଚନାଯୋଗ୍ୟ, ଗ୍ଲୋବାଲ୍‌ ଲିଗ୍‌େରେ ଯୁବରାଜ ଏପuର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ୯୧ ରନ୍‌ ସ୍କୋର କରିଛନ୍ତି।

Share