ପଞ୍ଜାବୀ ଡାଲ୍‌ ମଖାନୀ

ଆବଶ୍ୟକ ସାମଗ୍ରୀ:ବିରି ଡାଲି- ୧ କପ୍‌ (ରାତିରୁ ଭିଜା ହୋଇଥିବା), ରାଜମା- ୧ କପ୍‌ (ରାତିରୁ ଭିଜା ହୋଇଥିବା), ପିଆଜ- ୨ଟି (କଟା), ଟମାଟୋ- ୨ଟି, ଲଙ୍କାଗୁଣ୍ଡ- ୧ ଚାମଚ, ଧନିଆ ଗୁଣ୍ଡ- ୧ ଚାମଚ, ଅଦା ପେଷ୍ଟ- ୧ ଚାମଚ, ରସୁଣ ପେଷ୍ଟ- ୧ ଚାମଚ, ଜିରା- ୧ଚାମଚ, କ୍ରିମ୍‌- ୧ ଚାମଚ, କଞ୍ଚାଲଙ୍କା-୩-୪ଟି ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଓ ତେଲ।
ପ୍ରଣାଳୀ: ପ୍ରଥମେ ରାତିରୁ ଭିଜା ହୋଇଥିବା ବିରି ଡାଲି ଓ ରାଜମାକୁ ଭଲଭାବେ ଧୋଇ ପ୍ରେସର କୁକରରେ ସିଝାଇ ଦିଅନ୍ତୁ। ଏହାପରେ ଟମାଟୋକୁ ବାଟି ତା’ର ପ୍ୟୁରି କରି ରଖନ୍ତୁ। କଡେଇ ବସାଇ ସେଥିରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଅଦା ପେଷ୍ଟ, ରସୁଣ ପେଷ୍ଟ ପକାଇ କିଛି ସମୟ କଷନ୍ତୁ। ଏହାପରେ ସେଥିରେ କଟା ପିଆଜ ଓ ଜିରା ପକାନ୍ତୁ। ପିଆଜ ଓ ମସଲା ଭଲଭାବେ କଷି ହୋଇଗଲେ ସେଥିରେ ଟମାଟୋ ପ୍ୟୁରି ପକାନ୍ତୁ। ୩-୪ ମିନିଟ୍‌ ପର୍ଯ୍ୟନ୍ତ କଷିବା ପରେ ସେଥିରେ କଞ୍ଚା ଲଙ୍କା, ଧନିଆ ଗୁଣ୍ଡ ଓ ଲଙ୍କାଗୁଣ୍ଡ ମିଶାନ୍ତୁ। ଏହାପରେ ସିଝା ଡାଲିରେ ମସଲା ମିଶାଇ କିଛି ସମୟ ଫୁଟାନ୍ତୁ। ଶେଷରେ ଡାଲି ଉପରେ କିଛି କ୍ରିମ୍‌ ମିଶାନ୍ତୁ।