Categories: ଫୁରସତ

ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଅମୃତାଙ୍କ ୧୦୦ତମ ଜନ୍ମବାର୍ଷିକୀ: ଡୁଡଲ୍‌ କରି ମନେ ପକାଇଲା ଗୁଗଲ୍‌

ଲୋକପ୍ରିୟ ପଞ୍ଜାବୀ ଲେଖିକା ଅମୃତା ପ୍ରୀତମଙ୍କ ଶନିବାର ୧୦୦ତମ ଜନ୍ମବାର୍ଷିକୀ। ଏହି ଅବସରରେ ତାଙ୍କୁ ଡୁଡଲ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ।

୧୯୧୯ରେ ପଞ୍ଜାବର ଗୁଜରାଂବାଲା ଜିଲାରେ ଜନ୍ମ ହୋଇଥିଲେ ଅମୃତା। ତାଙ୍କୁ ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଭାବେ ବିବେଚନା କରାଯାଏ। ସେ ତାଙ୍କ ଜୀବନକାଳ ମଧ୍ୟରେ ଏକ ଶହରୁ ଊର୍ଦ୍ଧ୍ୱ ବହି ଲେଖିଛନ୍ତି। ତାଙ୍କ ଲିଖିତ ପୁସ୍ତକଗୁଡ଼ିକୁ ଅନେକ ଭାଷାରେ ଅନୁବାଦ ମଧ୍ୟ କରାଯାଇଛି। ଅମୃତାଙ୍କ ବାସ୍ତବଧର୍ମୀ ଲେଖାଗୁଡ଼ିକ ପାଇଁ ତାଙ୍କୁ ପ୍ରଥମେ ସାହିତ୍ୟ ଏକାଡେମୀ ଏବଂ ପରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Share