Categories: ବାଣିଜ୍ୟ

ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରୁ ୪୪.୧ କୋଟି ଟଙ୍କା ଠକିଛନ୍ତି ଚୋକ୍‌ସୀ

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩,୦୦୦ କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରୁ ୪୪.୧ କୋଟି ଟଙ୍କା ଋଣ ଠକି ନେଇଛନ୍ତି। ବ୍ୟାଙ୍କ ପକ୍ଷରୁ ଶନିବାର ଏଭଳି ସୂଚନା ଦିଆଯାଇଛି। ଋଣ ଠକେଇ ନେଇ କୌଣସି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯିବା ଏହା ପ୍ରଥମ ଘଟଣା। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଚୋକ୍‌ସୀ ଋଣ ଅର୍ଥ, ସୁଧ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଅର୍ଥ ୨୩ ଅକ୍ଟୋବର ୨୦୧୮ରେ ଦେବାକୁ କହିଥିଲେ। ଋଣ ଅର୍ଥ ପ୍ରଦାନ ନ କରିବାକୁ ଡିସେମ୍ବର ୨୦୧୯ରେ ଚୋକ୍‌ସୀଙ୍କୁ ଖିଲାପକାରୀ ଭାବେ ଘୋଷଣା କରାଯାଇଛି। ସୂଚନା ଯୋଗ୍ୟ ଋଣ ଠକେଇ ମାମଲାରେ ଛନ୍ଦି ହୋଇ ପଡିବା ପରେ ଚୋକ୍‌ସୀ ଏବେ ଆଣ୍ଟିଗୁଆରେ ନାଗରିକତ୍ୱ ନେଇ ରହୁଛନ୍ତି। ସେଠାରୁ ତାଙ୍କୁ ଫେରାଇ ଆଣିବା ଲାଗି ସରକାର ଉଦ୍ୟମ କରୁଛନ୍ତି।

Share