Posted inଖେଳ

ପଞ୍ଜାବ ଦଳରେ ସ୍ଥାନ ନ ମିଳିବାରୁ ଚଣ୍ଡିଗଡ଼ ପାଇଁ ଖେଳିବେ ବରିନ୍ଦର ସରନ

ଚଣ୍ଡିଗଡ଼,୨୦।୯: ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଥିବା ବରିନ୍ଦର ସରନଙ୍କୁ ଆସନ୍ତା ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ପଞ୍ଜାବ ଦଳରେ ସ୍ଥାନ ମିଳି ନାହିଁ। ଏଥିଯୋଗୁ ସେ ଚଣ୍ଡିଗଡ଼ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ୨୬ ବର୍ଷୀୟ ପେସରଙ୍କୁ ନୋ ଅବଜେକଶନ ସାର୍ଟିଫିକେଟ ମିଳିସାରିଛି। ଏବେ ସେ କେନ୍ଦ୍ର ଶାସିତ ଅଞ୍ଚଳ ହରିୟାଣା ପାଇଁ ଖେଳିପାରିବେ। ଗତ ଦୁଇ ବର୍ଷ ହେଲା ସେ ଆଣ୍ଠୁ, ଗୋଇଠି ଓ ପାଦ ଜନିତ ଆହତ ସମସ୍ୟା ଦେଇ ଗତି କରୁଥିଲେ। ଅନ୍ତର୍ଜାତୀୟ ସ୍ତରରେ ୬ ଦିନିକିଆ ଓ ୨ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି। ସେମାନେ ଦଳରୁ ବାଦ୍‌ ପକାଇବା ପାଇଁ ମୋତେ କିଛି କାରଣ ଦର୍ଶାଇ ନାହାନ୍ତି। ଅତିକମ୍‌ରେ କ’ଣ ପାଇଁ ଦଳରୁ ମୋତେ ବାଦ୍‌ ଦିଆଗଲା, ତାହାର କାରଣ ଜାଣିବାକୁ ଯୋଗ୍ୟ। ଚୟନକର୍ତ୍ତା ମୋ ଫୋନ ଉଠାଉ ନାହାନ୍ତି। ମୋ ପାଖରେ କିଛି ବାଟ ନାହିଁ। ମୁଁ ପୂରା ସିଜନ ବେକାର କରିପାରିବି ନାହିଁ। ଉଲ୍ଲେଖଥାଉ କି, କିମ୍ବଦନ୍ତୀ ସୁଇଙ୍ଗ ବୋଲର ଜାହିର ଖାନଙ୍କ ସ୍ଥାନ ନେବା ପାଇଁ ସରନ ଶ୍ରେଷ୍ଠ ଏକଦା ବିକଳ୍ପ ବିବେଚିତ ହେଉଥିଲେ। ୨୦୧୫-୧୬ ସିଜନରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଚଳିତ ବର୍ଷ ଆଇପିଏଲ ବେଳେ ସରନଙ୍କ ବୋଲିଂ ଶୈଳୀରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ବୋଲିଂ କୋଚ୍‌ ଜାହିର ଖାନ ପରିବର୍ତ୍ତନ ଆଣିଥିଲେ। ପୂର୍ବରୁ ବୋଲିଂ ବେଳେ ସରନଙ୍କ ଡାହାଣ ଗୋଡ଼ ଖୁବ୍‌ ଜୋରରେ ପିଚ୍‌ରେ ମାଡ଼ ହେଉଥିଲା। ଏଥିଯୋଗୁ ତାଙ୍କ ଗୋଇଠି, ପାଦ ଓ ଆଣ୍ଠୁରେ ଆଘାତ ଲାଗୁଥିଲା। ନୂଆ ଶୈଳୀ ସରନଙ୍କୁ ଆହତ ସମସ୍ୟାରୁ ବଞ୍ଚାଇବା ସହ ଗତିରେ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri