Categories: ଜାତୀୟ

ପଞ୍ଜାବ ଦେଇ କଶ୍ମୀରକୁ ଅସ୍ତ୍ର ଚୋରାଚାଲାଣ କରୁଛି ପାକ୍‌

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ଏବେ ସେଠାରୁ ପଞ୍ଜାବ ଦେଇ କଶ୍ମୀରକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ହେଉଥିବା ଜଣାପଡିଛି। ଗତବର୍ଷ ଫେବୃୟାରୀରେ ପୁଲ୍‌ଓ୍ବାମା ଆତ୍ମଘାତୀ ଆକ୍ରମଣ ପରେ କଶ୍ମୀରକୁ ଚାଲାଣ ହେଉଥିବା ଅନେକ ଅସ୍ତ୍ର ପଞ୍ଜାବରେ ଜବତ ହୋଇଛି। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ପାକିସ୍ତାନରୁ ଚାଇନା ଡ୍ରୋନ୍‌ ଦ୍ୱାରା ପଞ୍ଜାବରେ ଅସ୍ତ୍ର ଓ ଯୋଗାଯୋଗ ଉପକରଣ ପକାଯାଉଛି। ଗତ କିଛିମାସ ମଧ୍ୟରେ ଡ୍ରୋନ୍‌ ଦ୍ୱାରା ୮୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ପକାଯାଇଥିବା ଏକ ସୂତ୍ରରୁ ଜଣାପଡିଛି। ପଞ୍ଜାବ-ଜମ୍ମୁ ସୀମାରେ ଥିବା ଲଖନପୁରରୁ ୧୫ଟି ଏକେ-୪୭ ରାଇଫଲ, ବହୁସଂଖ୍ୟାରେ ପିସ୍ତଲ ଓ ଗୁଳି ଏବଂ ସାଟେଲାଇଟ୍‌ ଫୋନ୍‌ ଜବତ ହୋଇଛି।

Share