Categories: ଜାତୀୟ

ପଞ୍ଜାବ ବଜେଟ: ୧.୧୩ ଲକ୍ଷ କୃଷକଙ୍କ ଋଣ ଛାଡ, ମାଗଣା ଯାତ୍ରା କରିବେ ମହିଳା

ଚଣ୍ଡିଗଡ଼,୮ ।୩: ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ ସରକାର ଶେଷ ବଜେଟରେ କର୍ମଚାରୀ, କୃଷକ ଓ ମହିଳାଙ୍କୁ ଖୁସି କରିବାକୁ ପ୍ରୟାସ କରିଛନ୍ତି । ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବସରେ ଯାତ୍ରା ମାଗଣାରେ ଉବଲବ୍ଧ କରାଇବା ସହ ସରକାରୀ କର୍ମଚାରୀଙ୍କୁ ଷଷ୍ଠ ବେତନ କମିଶନ ଜୁଲାଇରୁ ଲାଗୁ ହେବ ବୋଲି କହିଛନ୍ତି । ଏହାସହ ୧.୧୩ ଲକ୍ଷ କୃଷକଙ୍କ ୧୧୮୬ କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ଏହାସହ ଭୂମୀହିନ କୃଷକଙ୍କୁ ଆର୍ଥିକ ବର୍ଷ ୨୦୨୧-୨୨ରେ ୫୨୬ କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ପଟିଆଲା ମେଡିକାଲ କଲେଜ ପାଇଁ ୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେମିତି ଦ୍ୱାଦଶ ଶ୍ରେଣୀର ପିଲାଙ୍କ ସ୍ମାର୍ଟ ଫୋନ୍ ଯୋଗାଇ ଦେବାକୁ ୧୦୦ କୋଟି ଟଙ୍କା ରଖାଯାଇଛି । ବାର୍ଦ୍ଧକ୍ୟ ଭତ୍ତା ୧୫୦୦ଟଙ୍କାକୁ ବୃଦ୍ଧି କରାଯାଇଛି । ସ୍ୱାଧିନତା ସଗ୍ରାମୀଙ୍କ ପେନଶନ୍ ୭୫୦୦ ଟଙ୍କାରୁ ବୃଦ୍ଧି କରାଯାଇ ୯୪୦୦ ଟଙ୍କା କରାଯାଇଛି । ମୋଟା ମୋଟି ଭାବେ ଦେଖିବାକୁ ଗଲେ ସବୁବର୍ଗଙ୍କୁ ଆଖି ଆଗରେ ରଖି ଏଥର ପଞ୍ଜାବ ସରକାର ତାଙ୍କର ଶେଷ ବଜେଟ ଉପସ୍ଥାପନ କରିଛନ୍ତି ।

Share