Categories: ଜାତୀୟ

ପଞ୍ଜାବ ବିଧାନସଭାରେ ସିଏଏକୁ ବିରୋଧ ପ୍ରସ୍ତାବ

ଚଣ୍ଡିଗଡ଼,୧୭।୧: କେରଳ ପରେ ଏବେ ପଞ୍ଜାବ ବିଧାନସଭାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଏକ ପ୍ରସ୍ତାବ ପାସ୍‌ କରାଯାଇଥିବା ଜଣାପଡିଛି। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସରକାର ଉପସ୍ଥାପନ କରିଥିଲେ। ପଞ୍ଜାବ ସରକାର ପୂର୍ବରୁ ସୂଚନା ଦେଇଥିଲେ କି, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିଆର୍‌) ସମ୍ବନ୍ଧରେ ଗୃହର ମତ ନେଇ ଆଗକୁ ବଢିବେ। କାରଣ ଏହାଦ୍ୱାରା ରାଜ୍ୟର ଧର୍ମନିରପେକ୍ଷତା ଭଙ୍ଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସରକାର କହିଥିଲେ। ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରି ଏହା ପୂର୍ବରୁ କେରଳ ସରକାର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Share