Categories: ଜାତୀୟ

ପଞ୍ଜାବ ସୀମାରେ ପୁଣି ଦେଖାଗଲା ପାକିସ୍ତାନ ଡ୍ରୋନ

ଅମୃତସର,୧୦।୧୦: ପଞ୍ଜାବର ଫିରୋଜପୁର ଜିଲାରେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ପାକିସ୍ତାନ ଡ୍ରୋନ୍‌ ଦେଖାଯିବାରୁ ବିଏସ୍‌ଏଫ୍‌ ଯବାନ ଆଲର୍ଟରେ ରହିଛନ୍ତି। ପାକିସ୍ତାନ ସୀମାରେ ଏହା ଦେଖାଯାଇଥିବାରୁ ପାକିସ୍ତାନ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି ବୋଲି କୁହାଯାଉଛି। ସୋମବାର ଫିରୋଜପୁରର ହୁସେନଓ୍ବାଲା ସୀମାରେ ଥିବା ଏଚ୍‌କେ ଟାଓ୍ବାର ନିକଟରେ ପ୍ରଥମେ ଏକ ପାକିସ୍ତାନ ଡ୍ରୋନ୍‌ ଦେଖାଦେଇଥିଲା ବୋଲି ଖବର ଆସିଥିଲା। ଏହାକୁ ଦେଖିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୩ ଦିନ ମଧ୍ୟରେ ପ୍ରାୟ ୩ ଥର ପାକିସ୍ତାନର ଡ୍ରୋନ୍‌ ସୀମାରେ ଦେଖାଯାଇଥିବାରୁ ଏହାକୁ ନେଇ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢିଯାଇଛି।

Share