ପଟାପୋଲରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା

କଟକ ଅଫିସ୍‌,୯ା୪: ପଟାପୋଲ ଅଞ୍ଚଳକୁ ସିଲ୍‌ କରିବା ପରେ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଉକ୍ତ ଅଞ୍ଚଳକୁ ବିଶୋଧନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମିତ ବିଶୋଧନ ସ୍ପ୍ରେ କରାଯାଉଛି। ସେହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ର କରାଯାଉଛି। ଏଥିସହିତ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ କରାଯିବା ସହ ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ କରାଯାଉଛି। ଦୁଇଜଣ ଡାକ୍ତରଙ୍କୁ ନେଇ ଗଠିତ ଏକ ଟିମ୍‌ ନିୟୋଜିତ ହୋଇଛନ୍ତି। ଏତଦ୍‌ବ୍ୟତିତ ୩୬ଜଣ ଆଶାକର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେମାନେ ଘରକୁ ଘର ବୁଲି ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି। ଆବଶ୍ୟକତା ଅନୁଯାୟୀ ମାଗଣାରେ ଔଷଧ ବଣ୍ଟନ କରାଯାଉଛି। ଯାହାଙ୍କ ପାଖରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖାଦେବ, ତାଙ୍କର ସ୍ବାବ୍‌ ନମୁନା ସଂଗ୍ରହ ହେଉଛି।

Share