ପଟ୍ଟନାୟକ ମିନେରାଲ୍ସକୁ ମିଳିଲା ମହୁଲଶୁଖା ଖଣି

ଭୁବନେଶ୍ୱର,୯ା୨(ବ୍ୟୁରୋ): ସୁନ୍ଦରଗଡ ଜିଲା ଲହୁଣୀପଡା ତହସିଲ ଅନ୍ତର୍ଗତ ରଣ୍ଡା,ରନ୍ଥା ଏବଂ ଭୁତୁଡାରେ ଥିବା ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣିକୁ ପଟ୍ଟନାୟକ ମିନେରାଲ୍ସ ହାତେଇଛି। ଶନିବାର ହୋଇଥିବା ନିଲାମୀ ପ୍ରକ୍ରିୟାରେ ଏହି କମ୍ପାନୀ ଖଣିଜ ବିକ୍ରି ମୂଲ୍ୟର ୯୨.୭ପ୍ରତିଶତର ପ୍ରିମିୟମ୍‌ ବଦଳରେ ଖଣିଟିକୁ ଲିଜ୍‌ ଆକାରରେ ପାଇଛି। ଏହାକୁ ହାତେଇବା ପାଇଁ ଟିପି ସାଓ, ଏଲ୍‌ଟିଏ, ଜି.ଭି. ମାଇନ୍ସ, ଫ୍ରିଗ୍ରେଡ୍‌, ୟାଜଦାନୀ ଏବଂ ଶ୍ୟାମ ଓର୍‌ସ ପ୍ରଭୃତି ନିଲାମ ପ୍ରକ୍ରିୟାରେ ଭାଗ ନେଇଥିଲେ। ଏହି ଖଣିରେ ୩୨.୮୧ ମିଲିୟନ ଟନ୍‌ ଲୁହାପଥର ଏବଂ ୦.୭୩୧ ମାଙ୍ଗାନିଜ୍‌ ମହଜୁଦ୍‌ ରହିଛି। ଆଇପିଓ ବିଡିଂ ପ୍ରକ୍ରିୟାରେ ଟିପି ସାଓ(୭୭), ଏଲ୍‌ଟିଏ(୭୬.୭୦), ଜି.ଭି. ମାଇନ୍ସ(୭୬.୭୦), ଫ୍ରିଗ୍ରେଡ୍‌(୭୬.୧୫), ୟାଜଦାନୀ(୫୭.୫୫), ପଟ୍ଟନାୟକ ମିନେରାଲ୍ସ(୫୭)ଏବଂ ଶ୍ୟାମ ଓର୍‌ସ(୫୬) ପ୍ରତିଶତର ପ୍ରିମିୟମ୍‌ ଦେବା ପାଇଁ ପ୍ରସ୍ତାବ ଦାଖଲ କରିଥିଲେ। ବର୍ତ୍ତମାନ ଏହି ଖଣିଟି ଦ ଆସୋସିଏଟେଡ୍‌ ସିମେଣ୍ଟ କମ୍ପାନିଜ୍‌ ଲିଃ(ପ୍ରାଃ) ହାତରେ ରହିଛି। ଆଗାମୀ ମାର୍ଚ୍ଚ ୩୧ରେ ଏହାର ଲିଜ୍‌ ଅବଧି ସମାପ୍ତ ହେଉଛି।

Share