ପଟ୍ଟାମୁଣ୍ଡାଇରେ କାଉ ମଡ଼କ: ବାର୍ଡଫ୍ଲ୍ୟୁ ସନ୍ଦେହ

ପଟ୍ଟାମୁଣ୍ଡାଇ,୨୪।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାଉ ମଡ଼କ ଦେଖିବାକୁ ମିଳିଛି। ଏତେ ସଂଖ୍ୟାରେ କାଉ ମରିବାନେଇ ବାର୍ଡଫ୍ଲ୍ୟୁ ଆଶଙ୍କା ପ୍ରକାଶ ପାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଖଡ଼ଇଣ୍ଟା ଗ୍ରାମରେ ସୋମବାର ସକାଳେ କେନାଲ ବନ୍ଧ ବରଗଛ ନିକଟରେ ଶତାଧିକ କାଉ ମରିପଡିଥିବା ଦେଖି ଲୋକଙ୍କ ମଧ୍ୟରେ ନାନା ସନ୍ଦେହ ଦେଖାଦେଇଛି। ଏତେ ସଂଖ୍ୟାରେ କାଉ ମରିବା ଘଟଣାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ପ୍ରାଣୀ ଚିକିତ୍ସା ବିଭାଗ ତୁରନ୍ତ ତଦନ୍ତକରି କାଉ ମୃତ୍ୟୁର କାରଣ ସମ୍ପର୍କରେ ସରକାରଙ୍କୁ ଜଣାଇ ପ୍ରତିକାର କରିବାକୁ ସାଧାରଣରେ ଦାବି ହୋଇଛି।