ପଟ୍ଟାମୁଣ୍ଡାଇ, ୨୦।୮(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଏସ୍ଡିଏଚ୍(ଉପଖଣ୍ଡସ୍ତରୀୟ ହସ୍ପିଟାଲ) ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ତହସିଲଦାର ଶରତ କୁମାର ଗିରି, ପଟ୍ଟାମୁଣ୍ଡାଇ ପୌରନିର୍ବହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁ ଡା. ପ୍ରମୋଦ କୁମାର ପ୍ରହରାଜ ପ୍ରମୁଖ ଜିଲାପାଳଙ୍କ ସହ ବିଭିନ୍ନ ୱାର୍ଡକୁ ଯାଇ ପରିଦର୍ଶନ କରିଥିଲେ। ଏଥିସହ ହସ୍ପିଟାଲ ଥିବା ଶିଶୁ ଅପପୃଷ୍ଟି କେନ୍ଦ୍ର ଦେଖଥିଲେ। ନୂତନ ଭାବେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରକୁ ଯାଇ ବିଭିନ୍ନ ବିଭାଗରେ ବୁଲିଥିଲେ। ଏସ୍ଡିଏଚ୍ରେ ବାକିଥିବା ବିଭିନ୍ନ କାର୍ଯ୍ୟ ଓ ସାମାନ୍ୟ ବର୍ଷାରେ ଏସ୍ଡିଏଚ୍ ପରିସରରେ ଜମିରହିଥିବା ପାଣିର ତୁରନ୍ତ ପ୍ରତିକାର କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାପାଳ ବର୍ମା ପଟ୍ଟାମୁଣ୍ଡାଇ ବାଇପାସ ଛକରେ ଥିବା ଆହାର କେନ୍ଦ୍ରକୁ ଯାଇ ଖାଦ୍ୟର ସୱାଦ ସମ୍ପର୍କରେ ପଚାରି ବୁଝିଥିଲେ। ଦୈନିକ କେତେ ଜଣଙ୍କ ଖାଦ୍ୟ ପ୍ରସ୍ତୁତ ହେଉଛି ଏବଂ କେତେ ଲୋକ ଖାଉଛନ୍ତି ତାହା ପଚାରି ବୁଝିଥିଲେ।