‘ପଠାନ’ର ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁୟାରୀରେ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେତ ଉତ୍ସାହିିତର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ଫିଲ୍ମର ପ୍ରଥମ ଗୀତ ‘ବେସରମ ରଙ୍ଗ’ ସାମ୍ନାକୁ ଆସିଛି। ଗୀତ ରିଲିଜ୍‌ ହେବା ମାତ୍ରେ ଏହା ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ଶାହରୁଖ ଖାନ୍‌ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରିଛନ୍ତି। ବିଶାଲ ଏବଂ ଶେଖର ଏହି ଗୀତକୁ ମ୍ୟୁଜିକ୍‌ ଦେଇଛନ୍ତି। ଏହି ଗୀତକୁ ଶିଳ୍ପା ରାଓ, କାରାଲିସା ମୋଣ୍ଟେଏରୋ, ବିଶାଲ ଏବଂ ଶେଖର ଗାଇଛନ୍ତି।
ଫିଲ୍ମ ପଠାନ ୨୫୦ କୋଟି ବଜେଟ୍‌ରେ କରାଯାଇଛି। ଶାହରୁଖଙ୍କ ବ୍ୟତୀତ ଜନ୍‌ ଆବ୍ରାହମ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଏହି ଫିଲ୍ମଟି ୟଶ ରାଜ ଫିଲ୍ମସ ପ୍ରଡକ୍ସନ ହାଉସ ବ୍ୟାନରରେ ପ୍ରସ୍ତୁତ କରାଯାଇଥିବା ବେଳେ ୨୦୨୩ ଜାନୁଆରୀ ୨୫ରେ ଏହା ରିଲିଜ ହେବ।

Share