ପଠାନ ପୂର୍ବରୁ ରିଲିଜ୍ ହେବ ‘ତୁ ଝୁଠି ମେ ମକ୍କାର’ର ଟ୍ରେଲର

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଗାମୀ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ରେ ପ୍ରଥମଥର ଲାଗି ସ୍କ୍ରିନ ସ୍ପେସ ଶେୟାର କରିବାକୁ ପ୍ରସ୍ତୁତ ହେଲେଣି । ନିର୍ମାତା ଘୋଷଣା କରିଛନ୍ତି କି ଫିଲ୍ମର ଟ୍ରେଲର ୨୩ ଜାନୁୟାରୀରେ ରିଲିଜ୍ ହେବ । ‘ତୁ ଝୁଠି ମେ ମକ୍କାର’ ର ନିର୍ଦ୍ଦେଶନା ଦେଇଛନ୍ତି ଲଭ ରଞ୍ଜନ ।

ପ୍ୟାର କା ପଞ୍ଚନାମା ଫ୍ରାଞ୍ଚାଇଜ ପାଇଁ ପରିଚିତ ହୋଇଥିଲେ ଲଭ ରଞ୍ଜନ । ଟ୍ରେଲରର ଘାଷଣା ଏକ ଅଦ୍ଭୁତ କ୍ୟାପଶନ ସହ ହୋଇଛି ଯେଉଁଥିରେ ଲେଖାଯାଇଛିି ଲସବିର ମେ ବସ୍ତୁଏଁ ଇତନି କରିବ ନେହିଁ ଜିତନି ଦିଖତି ହୈ । ଏହି ଟ୍ରେଲର ୨୩ ଜାନୁୟାରୀ ଦିନ ୧ଟାରେ ରିଲିଜ୍ ହେବ ।
ଫିଲ୍ମର ଟିଜରକୁ ଦର୍ଶକଙ୍କ ପଜିଟିଭ ରେସପନ୍ସ ମିଳିଛି । ଫିଲ୍ମରେ ଶ୍ରଦ୍ଧା କପୁର ଓ ରଣବୀର କୁପର ପରସ୍ପର ପ୍ରତି ଅତ୍ୟଧିକ ଭଲପାଇବା ଥିବା ଦେଖିବାକୁ ମିଳିବ । ଏହାକୁ ଦେଖି ଦର୍ଶକେ ଆଶ୍ଚର୍ଯ୍ୟ ହେଉଛନ୍ତି କି ସତରେ ଏହା ଅସଲି ନା ନକଲି । ରଣବୀରଙ୍କୁ ଶେଷ ଥର ପାଇଁ ଆର୍ଯ୍ୟନ ମୁଖାର୍ଜୀଙ୍କ ମୁଭି ବ୍ରହ୍ମାସ୍ତ୍ରରେ ଦେଖିବାକୁ ମିଳିଥିଲା । ଲମ୍ବା ସମୟ ବ୍ୟବଧାନରେ ଅଭିନେତା ରୋମାଣ୍ଟିକ କମେଡି ଜୋନରରେ ଫେରୁଛନ୍ତି । ‘ତୁ ଝୁଠି ମେ ମକ୍କାର’ ୮ ମାର୍ଚ୍ଚ ୨୦୨୩ରେ ରିଲଜ୍ ହେବ ।

Share