ପଡ଼ାଗଁ।ଥି ପୁଷ୍‌ପୁନି ଭେଟ୍‌ଘାଟ: କବିତା, ନାଚ୍‌ଗାନାଥି ଦେଖନହାରୀ ବିଭୋର

ବିଜେପୁର, ୧୧।୧ (ଡି.ଏନ୍‌.ଏ)-
ବରଗଡ଼ ଜିଲା ବିଜେପୁର ବ୍ଲକର ଗାଁଗଁଲିଥି ବଡ଼ା ଉସ୍‌ନାକିଥି ପୁଷ୍‌ପୁନି ତିହାର ଶୁକ୍ରବାର ପାଲିତ ହୋଇଯାଇଛି। କୁକ୍‌ରା ଡକାନୁ ଘରେ ଘରେ ପିଠାପନା ଛନା ବାସ୍‌ନାଥି ଗଁାଖୁଲିମାନ ମହକି ଯାଇଥିଲା। ଠାଁନ୍‌ ଠାଁନ୍‌ ଗଁଜାମାଡ୍‌ ଆର ନଡ଼ିଆ ଭଂଗା ବାଦି ଦେଖବାକେ ମିଲିଥିଲା। ସେନ୍‌ତା ଗାଁମାନ୍‌କେ ଛୁଆମାନେ ଘର ଘର ବୁଲି ଛେର୍‌ଛେରା ମାଗ୍‌ବାର ଦୁରୁଶ୍‌ଟା ବେଶ୍‌ ମନ୍‌ଛୁଅଁା ହେଇଥିଲା। ବେଲହଉବେଲି ପଡ଼ାଗଁା ଲକ୍ଷ୍ମୀଲାଲା ମଁଚାନଥି ପୁଷ୍‌ପୁନି ଭେଟଘାଟ-୨୦୨୦ର ଆୟୋଜନ ହେଇଥିଲା। ଭାରତୀୟ ମୁକ୍ତି ସଂଗ୍ରାମର ତିନି ସେନାନୀ ଭାଗିରଥି ପଟ୍ଟନାୟକ, ଜମ୍ବୋବତୀ ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକ ଆର ସାଂସ୍କୃତିକ କରମୀ ପ୍ରକାଶ ଦେବତାକଁର ଫଟୁଥି ଫୁଲମାଲ ଦେଇ କୁନୁଆଁମାନେ କାଯ୍‌କରମକେ ଉଦ୍‌ଘାଟନ କରିଥିଲେ। କଁଠ୍‌ଶିଲ୍‌ପୀ ଦୁର୍ବାଦଳ ମେହେର ସମଲେଇ ଭଜନ ପରିବେଷନ୍‌ କରିଥିଲେ। କାଯ୍‌କରମଥି ସାମାଜିକ କରମୀ ଜନାର୍ଦ୍ଧନ ପାଣିଗ୍ରାହୀ, ବଲଭଦ୍ର ପଧାନ, ନାଟିଅକାର ମୋହନ ସିଂ, ପୂରବର ସର୍‌ପଁଚ କବିରାଜ ମାଝି, ସାମାଜିକ କରମୀ ପାଣ୍ଡବ ପଧାନ, କଳାକାର ଜିତେନ୍ଦ୍ରିୟ ମେହେର କୁନୁଆଁ ଭାବେ ଯୋଗଦେଇଥିଲେ। ସଭାପତି ପ୍ରଦୀପ କୁମାର ପଧାନ ସଭାଥି ଅଧ୍ୟକ୍ଷତା କରିଥିଲେ। ସମିଆର ଛାଁଚେ ପଡି ଦିନୁଦିନକେ ତିହାରବାହାର, ଚାଲିଚଲନ ବଦିଲବାରଟା ସୁଆଭାବିକ ଆଏ। ହେଲେ ପୁଷ୍‌ପୁନି ତିହାରଥି ଏଛେନ୍‌ ଭିଲ ଭାଇଚାରାର ଭାବ ଭରି ରହିଛେ। ସେନ୍‌ତା ପରାପାଟକର ଭାଇଦା, ମିତାମଏତରକୁଁ ପିଠାପନା ଗୁରାଦୁ ନାଇଁ ବାଁଟବାରତକ୍‌ ଘର୍‌ ଗୁସିଅଁାକେ ବୋଧ୍‌ ନାଇଁ ଲାଗେ। ଇ ସଁସେ ଭାବଟା ଯୁଗ୍‌ଯୁଗତକ୍‌ ରହିଥିବା ବଲି କୁନୁଆଁମାନେ କହିଥିଲେ। ଖୁଲା କୁଇଜ୍‌ ଆର କୁନି କଳାକାରକଁର ନାଚଥି ଦେଖନହାରି ବିଭୋର ହେଇଯାଇଥିଲେ। ଅହଲ୍ୟା ପଧାନ, କ୍ରାନ୍ତିକବି ହରିଲାଲ ସାହୁ, ଅଧିକାରୀ ସା, ଈଶ୍ୱର ମେହେର, ସନୟ ମେହେର ଆଂଚଲିକ ଭାଷାଥି କବିତା ପାଠ୍‌ କରିଥିଲେ। ସଂପାଦକ ଦିଲୀପ କୁମାର ଦେବତା ଅତିଥି ପରିଚଏ ଆର ଉଦେଶ୍‌ ବାବ୍‌ଦେ କହିଥିଲେ। ଅକ୍ଷୟ କୁମାର ସାହୁ, ସୁରେଶ ଭୋଇ, ସଦାନନ୍ଦ ପଧାନ, ଟିକଲାଲ ପଧାନ କାଯ୍‌କରମକେ ସଂଯୋଜନା କରିଥିଲେ। ଥାନୀୟ ପ୍ରକାଶ ସାଂସ୍କୃତିକ ସଂସଦର ଆୟୋଜନଥି ହେଇଥିବାର ଇ କାଯ୍‌କରମଥି ଅନେକ କବି, କଳାକାର, ସଂସ୍କୃତି ପେମି ଯୋଗଦେଇଥିଲେ। ଶେଷେ ଅମୀୟ ପ୍ରସାଦ ଭୋଇ ଧଏନ୍‌ବାଦ ଦେଇଥିଲେ।

Share