Categories: ଖେଳ

ପଡ଼ିଆରେ ଗର୍‌ବା ନୃତ୍ୟ କଲେ କୋହଲି

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୬ା୮:ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୩୧୮ ରନରେ ବିଜୟ ହାସଲ କରିଛି। ପ୍ରଥମ ଟେଷ୍ଟର ୪ର୍ଥ ଦିବସରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୪୧୯ ରନ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଭାରତ। ଏହାର ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ମାତ୍ର ୧୫ ରନରେ ୫ ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ପଡିଆରେ ଗୁଜରାଟର ପ୍ରସିଦ୍ଧ ଗର୍‌ବା ନୃତ୍ୟ କରିଥିଲେ। କୋହଲିଙ୍କ ନୃତ୍ୟ ଦେଖି ଦର୍ଶକମାନେ ମଧ୍ୟ ତାଳି ମାରି ଉତ୍ସାହିତ କରିଥିଲେ। ପୂର୍ବରୁ ମଧ୍ୟ ଅନେକଥର ତାଙ୍କୁ ପଡିଆରେ ଭାଙ୍ଗ୍‌ଡା ନୃତ୍ୟ କରିବାର ଦେଖାଯାଏ। ସୂଚନାଯୋଗ୍ୟ, ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍‌ ମାତ୍ର ୧୦୦ ରନରେ ଅଲଆଉଟ ହୋଇଯାଇଥିଲା।

Share