Advertisement

ପଡ଼ିଆ ପଡ଼ିଛି ଚାଷଜମି: ବର୍ଷା ପାଇଁ କଟଙ୍ଗପାଣି ପଞ୍ଚାୟତରେ ଇନ୍ଦ୍ରପୂଜା

ଜମନକିରା, ୨୯ା୭ (ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତରେ ସୋମବାର ଜଳ ବର୍ଷା ପାଇଁ ସ୍ଥାନୀୟ ଭୂତେଲ ଟୁଙ୍ଗରୀଠାରେ ୫ ଗାଁର ଗ୍ରାମବାସୀ ମିଶି ଇନ୍ଦ୍ରଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି। ଚଳିତ ବର୍ଷ ବର୍ଷା ଅଭାବରୁ ଚାଷ ଜମି ସବୁ ପଡ଼ିଆ ପଡ଼ିଛି। ବହୁ ଜମିରେ ଚାଷ କାର୍ଯ୍ୟ କରାଯାଇଥିବା ସତ୍ୱେ ରୁଆ ବିହୁଡ଼ା କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏଭଳି ସ୍ଥିତିରେ ଚାଷୀମାନେ ହାତରେ ହାତ ବାନ୍ଧି ବସିଛନ୍ତି। ଶେଷରେ ଇନ୍ଦ୍ରଦେବଙ୍କ ଛଡ଼ା ଅନ୍ୟ କେହି ସହାୟ ହୋଇପାରିବେ ନାହିଁ ବୋଲି ଚିନ୍ତା କରି ପୂଜାର୍ଚ୍ଚନା କରିଛନ୍ତି। ଏଥିପାଇଁ ୫ ଟି ଗାଁର ଶହ ଶହ ମହିଳା ଓ ପୁରୁଷ ଭୂତେଲ ଟୁଙ୍ଗରୀଠାରେ ଏକତ୍ରିତ ହୋଇଥିଲେ। କଟଙ୍ଗପାଣି ପଞ୍ଚାୟତ ସମେତ ଫୁଲକୁସମ, ଧାରପଡ଼ା, ଜାଲେଖୋଳ, କରଲିବାହାଲ ପ୍ରମୁଖ ଗାଁରୁ ଲୋକେ ଆସିଥିଲେ। କୃଷ୍ଣଗୁରୁ, କୀର୍ତ୍ତନ ମଣ୍ଡଳୀ, ସଂପ୍ରଦା ଆଦି ପରିବେଷିତ ହୋଇଥିଲା। ପୂଜକ ଭାବେ ରାଣାପ୍ରତାପ ପାଢ଼ୀ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତାଭାବେ ଚୈତ୍ଯଯ ପଟେଲ କାର୍ଯ୍ୟ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ଚୁଡ଼ାମଣୀ ପଟେଲ, ଉପସଭାପତି ପ୍ରଶାନ୍ତ ପଧାନ, ସରପଞ୍ଚ ଚନ୍ଦ୍ରକାନ୍ତ ପଧାନ, ରସାନନ୍ଦ ପଧାନ, କରୁମ ସୁରଜଲିଆ, ଯୋଗେନ୍ଦ୍ର ପଧାନ, ବିଶିକେସନ ବିର, ପରଦେଶୀ ପଧାନ, ଅଶୋକ ପଧାନ, ମିତ୍ରଭାନୁ ରକ୍ସା ପ୍ରମୁଖ ସାମିଲଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share