Categories: ଖେଳ

ପଡ଼ିଲା ପ୍ରଥମ ଉଇକେଟ

ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ବ୍ୟାଟିଂ କରୁଥିବା ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମ ଉଇକେଟ ହରାଇଛି। ଧିମା ବ୍ୟାଟିଂ କରୁଥିବା ଇଭିନ ଲୁଇସଙ୍କୁ ରବୀନ୍ଦ୍ର ଜାଡେଜା ନବଦୀପ ସାଇନିଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇ ପ୍ୟାଭେଲିଅନ ବାଟ ଦେଖାଇଛନ୍ତି। ସେ ଆଉଟ୍‌ ହେବା ପୂର୍ବରୁ ୫୦ ବଲ ସମ୍ମୁଖୀନ ହୋଇ ୨୧ ରନ୍‌ କରିଥିଲେ। ସେ ଓ ଅନ୍ୟ ଓପନର ଶାଇ ହୋପଙ୍କ ସହ ପ୍ରଥମ ଉଇକେଟ ପାଇଁ ୧୫ ଓଭରରେ ୫୭ ରନ୍‌ କରିଥିଲେ।

Share