Categories: ଖେଳ

ପଡ଼ିଲା ରାହାନେଙ୍କ ଉଇକେଟ

ଇନ୍ଦୋର,୧୫।୧୧- ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଶତକରୁ ବଞ୍ଚତ୍ତ ହୋଇଛନ୍ତି। ଆଉଟ୍‌ ହେବା ପୂର୍ବରୁ ସେ ୮୬ ରନ୍‌ କରିଥିଲେ। ଏହା ତାଙ୍କ କ୍ୟାରିୟରର ୨୧ ତମ ଅର୍ଦ୍ଧଶତକ। ୧୭୨ ବଲର ସମ୍ମୁଖୀନ ହୋଇ ସେ ୯ ଚୌକା ମାରିଥିଲେ। ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ସହ ରାହାନେ ୪ର୍ଥ ଉଇକେଟ ପାଇଁ ୧୯୦ ରନ୍‌ ଯୋଡ଼ିଥିଲେ। ରିପୋର୍ଟ ଲେଖା ହେବାସୁଦ୍ଧା ଅଗ୍ରଓ୍ବାଲ ୧୫୬ ରନ୍‌ କରି ଖେଳୁଥିବାବେଳେ ଭାରତ ଦଳ ୪ ଉଇକେଟ ହରାଇ ୩୦୯ ରନ୍‌ କରିଛି।

Share