ପଡିଆରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଗନ୍ନାଥ ପ୍ରସାଦ,୧୭।୧୨ (ଡି.ଏନ.ଏ): ପୁଣି ଅଲୋଡା ଶିଶୁ କନ୍ୟା ଉଦ୍ଧାର। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଲାଡ଼ି ପଞ୍ଚାୟତ କାଦପ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୭ଟା ସମୟରେ ଗ୍ରାମର ମହିଳା ଶାନ୍ତିଲତା ସାହୁ ନିଜ ଘର ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିବାବେଳେ ବାରି ପଟେଥିବା ପଡିଆରେ ଏକ ଶିଶୁର କାନ୍ଦ ଶୁଣିଥିଲେ। ପରେ ସେ ସେଠାକୁ ଯିବାପରେ ଏକ ନବଜାତ ଶିଶୁ କନ୍ୟା କାନ୍ଦୁଥିବାର ଦେଖିବାକୁ ପାଇଥିଲେ। ଏନେଇ ସେ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ସରପଞ୍ଚଙ୍କ ଉପସ୍ଥିତିରେ ଉଭୟ ଶାନ୍ତିଲତା ଓ ଆଶାକର୍ମୀ ଶିଶୁକନ୍ୟାଟିକୁ ଉଦ୍ଧାର କରି ୧୦୨ ଆମ୍ବୁଲାନ୍ସ ଯୋଗେ ଜଗନ୍ନାଥପ୍ରସାଦ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡିଛି। କେଉଁ ପରିସ୍ଥିତିରେ କିଏ ଶିଶୁଟିକୁ ଜନ୍ମ ଦେଇ ଛାଡି ପଳାଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share