ଲକ୍ଡାଉନରେ ରୋହିତ୍ ଶର୍ମା ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି। କ୍ରିକେଟ ପଡିଆରେ ପୁରୁଣା ଦିନର ସ୍ମୁତିକୁ ସେ ନିଜ ଫ୍ୟାନ୍ଙ୍କ ସହ ଶେୟାର କରୁଛନ୍ତି। ରୋହିତଙ୍କ ବ୍ୟାଟିଂ ଦେଖିବାକୁ ସ୍ତ୍ରୀ ରିତିକା ପ୍ରାୟ ସବୁମ୍ୟାଚରେ ଉପସ୍ଥିତ ଥାନ୍ତି। ମୋହାଲିଠାରେ ରୋହିତ ଶ୍ରୀଲଙ୍କା ବିପକ୍ଷରେ ନିଜ ତୃତୀୟ ଦ୍ବିଶତକ ହାସଲ କରିବା ବେଳେ ଷ୍ଟାଡିୟମରେ ବସିଥିବା ରିତିକା ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସେ କାହିଁକି କାନ୍ଦିଥିଲେ ତାର ଖୁଲାସା କରିଛନ୍ତି ହିଟ୍ମ୍ୟାନ୍। ରିତିକାଙ୍କ ଆଖିରୁ ସେତେବେଳେ କାହିଁକି ଲୁହ ଆସି ଯାଇଥିଲା। ପ୍ୟାଭିଲିୟନ ଫେରିବା ପରେ ମୁଁ ରିତିକାଙ୍କୁ ଏହି ବିଷୟ ପଚାରିଥିଲି। ରିତିକା କହିଥିଲେ ”୧୯୫ ରନରେ ଥିଲା ବେଳେ ତୁମେ ସିଙ୍ଗଲ ନେବାବେଳେ ତୁମେ ଜୋରରେ ଡାଇଭ୍ ମାରିଥିଲ। ତୁମ ହାତ ମୋଡି ହୋଇଯାଇଥିଲା। ଏଥିପାଇଁ ମୋ ଆଖିରେ ଲୁହ ଆସିଯାଇଥିଲା ବୋଲି ରିତିକା କହିଥିଲେ।