Categories: ଖେଳ

ପଡିଆରେ ଚାଲିଥିଲା ମ୍ୟାଚ୍‌: ଏହି ଖେଳାଳିଙ୍କ ନାକରୁ ଅଚାନକ ବାହାରିଲା ରକ୍ତ

ଚେଷ୍ଟର-ଲି- ଷ୍ଟିଟ, ୪।୭: ଚଳିତ ଆଇସିସି ବିଶ୍ୱକପରେ ଦୁଇ ଫେଭରାଇଟ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କର ବା ମର ମ୍ୟାଚରେ ଇଂଲଣ୍ଡ ବାଜିମାତ୍‌ କରିଛି। ବୁଧବାର ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଟରେ ଏହି ଦୁଇ ହାଇପ୍ରୋଫାଇଲ ଦଳ ସେମାନଙ୍କ ଅନ୍ତିମ ମ୍ୟାଚ୍‌ ଖେଳୁଥିବାବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ଖେଳୁଥିବାବେଳେ ଅଚାନକ ତାଙ୍କ ନାକରୁ ରକ୍ତ ବାହାରିବାକୁ ଲାଗିଥିଲା। ଦଳର ୨୬ ଓଭର ଚାଲିଥିବାବେଳେ ଏଭଳି ଘଟଣା ଘଟିଥିଲା। ଏଥିପାଇଁ ମ୍ୟାଚ୍‌ କିଛି ସମୟ ରୋକିବାକୁ ପଡିଥିଲା। ଇଂଲଣ୍ଡ ଦଳର ଫିଜିଓ ପଡିଆକୁ ଆସି ତାଙ୍କ ଚିକିତ୍ସା କରିଥିଲେ। କିଛିସମୟ ପରେ ପୁଣି ଖେଳିଥିଲେ ରୁଟ୍‌। ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ରୁଟ୍‌ ଜବରଦସ୍ତ ଫର୍ମରେ ଅଛନ୍ତି।

Share