Categories: ଖେଳ

ପଡିଆରେ ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

‘କୌନ ବନେଗା କରୋଡପତି’ ଶୋ’ର ଏକ ଏପିସୋଡ ଭାରତୀୟ ଖେଳାଳିଙ୍କ ନାଁରେ ରହିଛି। ଏହି ଏପିସୋଡରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ, ଦୁଇ ଭାରତୀୟ ଆଥ୍‌ଲେଟ ହିମା ଦାସ ଏବଂ ଦୂତି ଚାନ୍ଦ ଯୋଗ ଦେଇଥିଲେ। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ଆଗରେ ଏହି ଦିନ ଖେଳାଳି ନିଜ ସଂଘର୍ଷର ଦିନ କଥା ମନେପକାଇଥିଲେ। ବିଗ୍‌ ବିଙ୍କ ବିଭିନ୍ନ ପ୍ରଶ୍ନର ମଧ୍ୟ ଉତ୍ତର ଦେଇ ଲକ୍ଷ ଲକ୍ଷ ଟଙ୍କା ଜିତିଥିଲେ। ସେହ୍ବାଗ ବଲିଉଡ ସିଙ୍ଗର କିଶୋର କୁମାରଙ୍କ ବଡ ଫ୍ୟାନ୍‌। ପଡିଆରେ ମଧ୍ୟ ଅନେକଥର ତାଙ୍କୁ କିଶୋର ଦା’ଙ୍କ ଗୀତ ଗାଉଥିବାର ଦେଖାଯାଏ। ଏନେଇ ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଅମିତାଭ। ଉତ୍ତରରେ ସେହ୍ବାଗ କହିଥିଲେ, ବ୍ୟାଟ୍‌କୁ ବଲ୍‌ ଆସିବା ପୂର୍ବରୁ ମନକୁ ଅନେକ କଥା ଆସେ, ତେଣୁ ଏସବୁଥିରୁ ଧ୍ୟାନ ହଟାଇବା ପାଇଁ ପଡିଆରେ କିଶୋର ଦା’ଙ୍କ ଗୀତ ଗାଉଥିଲି। ଏହାଦ୍ୱାରା ମୋତେ ଅନେକ ଲାଭ ମଧ୍ୟ ମିଳୁଥିଲା। ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳାଯାଉଥିଲା ବେଳେ ତାର ଖେଳାଳିମାନେ ବେଳେବେଳେ ମୋତେ ହିନ୍ଦୀ ଗୀତ ଗାଇବାକୁ କହୁଥିଲେ ଏବଂ ମୁଁ ଗାଉଥିଲି ବୋଲି ସେହ୍ବାଗ ସ୍ବୀକାର କରିଛନ୍ତି।

Share