Categories: ଖେଳ

ପଡିଆରେ ମ୍ୟାଚ୍‌ ଚାଲିଥିବାବେଳେ ଅମ୍ପାୟାରଙ୍କ ଅଚାନକ ମୃତ୍ୟୁ

କରାଚି,୮।୧୦: ପାକିସ୍ତାନରେ ଏକ କ୍ଲବସ୍ତରୀୟ ମ୍ୟାଚ୍‌ ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମ୍ୟାଚ୍‌କୁ ପରିଚାଳନା କରୁଥିବାବେଳେ ଅମ୍ପାୟାର ନସିମ ଶେଖ ଅଚାନ୍‌ ପଡିଆରେ ଟଳିପଡିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ୫୬ ବର୍ଷ ହୋଇଥିଲା। ନିକଟରେ ଇଂଲଣ୍ଡରେ ଚାଲିଥିବା ପ୍ରେମବ୍ରୋକ ଏବଂ ନରବର୍ଥ ମଧ୍ୟରେ ଚାଲିଥିବା ଏକ ମ୍ୟାଚ୍‌ରେ ଅମ୍ପାୟାର୍‌ ଜନ୍‌ ଓ୍ବିଲିୟମ୍ସ ଶରୀରରେ ବଲ୍‌ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

Share