Categories: ଜାତୀୟ

ପଡିଗଲେ ମୋଦି: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଗଙ୍ଗା କାଉନସିଲ ବୈଠକରେ ଯୋଗ ଦେବାକୁ ଶନିବାର କାନପୁରରେ ପହଞ୍ଚିଥିଲେ। ସେଠାରେ ସେ ‘ନମାମି ଗଙ୍ଗା’ ପ୍ରୋଜେକ୍ଟର ସମୀକ୍ଷା କରିଥିଲେ। ଏହାପରେ ସେ ଗଙ୍ଗା ବ୍ୟାରେଜର ଅଟଳ ଘାଟ ପାହାଚରେ ପଡିଯାଇଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ମୋଦି ପଡିଯିବା ସମୟରେ ତାଙ୍କ ନିକଟରେ ଥିବା ସୁରକ୍ଷାକର୍ମୀ ତୁରନ୍ତ ତାଙ୍କୁ ଧରି ନେଇଥିଲେ। ଏହାପରେ ସେଠାରେ ସମସ୍ତଙ୍କ ନଜର ମୋଦିଙ୍କ ଉପରକୁ ଚାଲିଯାଇଥିଲା। ତେବେ ଏଥିରେ ମୋଦିଙ୍କର କିଛି କ୍ଷତି ହୋଇ ନ ଥିବା କୁହାଯାଏ। ମୋଦି ପଡିଯିବାର କାରଣ କୁହାଯାଉଛି ଉଚ୍ଚା ସିଡି। କେବଳ ମୋଦି ନୁହେଁ ପୂର୍ବରୁ ଏହି ପାହାଚରେ ଅନ୍ୟ କେତେଜଣ ପଡିଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ କିନ୍ତୁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କୁ ସୂଚନା ଦିଆଯାଇଥିବା ଜଣାପଡିଛି।

Share