Categories: ଜାତୀୟ

ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କଲେ ପିତା

ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶର ଅମରୋହା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କରିଦେଇଛନ୍ତି ପିତା। କ୍ରୋଧରେ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ। ସୂଚନାଯୋଗ୍ୟ, ଅମରୋହା ଜିଲାର ଆଦମପୁର ଅଞ୍ଚଳରେ ସୋମବାର ରାତିପ୍ରାୟ ୧୧ଟାବେଳେ ଗାଁର ଗିରିଶ ଗୁର୍ଜରଙ୍କ ୧୮ ବର୍ଷୀୟ ପୁଅ ସତ୍ୟନ୍ଦ୍ର ମଦ ପିଇ ପଡୋଶୀଙ୍କ ଘରେ ପଶି ଝିଅଙ୍କୁ କମେଣ୍ଟ ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗିରିଶ ପୁଅକୁ କୋଦାଳରେ ହାଣି ହତ୍ୟା କରିଥିଲେ। ଅବଶ୍ୟ ଗିରିଶ ପୁଅର ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଧରି ପଡୋଶୀଙ୍କ ଘର ଆଗରେ ବସି ତାଙ୍କୁ ଦୋଷ ଦେଇଥିଲେ। କ୍ରୋଧରେ ଏପରି ଭୁଲ କରିଥିବା ଗିରିଶ କହିଛନ୍ତି।

Share