ପଣବନ୍ଦୀ ଓଡ଼ିଆ ନାବିକ ସୁଦୀପ ଉଦ୍ଧାର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ଉଦ୍ଧାର କରାଯାଇଛି। ସୁଦୀପଙ୍କ ସହ ସମସ୍ତ ୪ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏ ନେଇ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ନାଇଜେରିଆରେ ଓଡ଼ିଆ ନାବିକ ସୁଦୀପଙ୍କୁ ପଣବନ୍ଦୀ କରି ରଖାଯାଇଥିଲା। ସୁଦୀପଙ୍କ ବାପା ପ୍ରଦୀପ୍ତଙ୍କ ଅପିଲ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟକୁ ଜଣାଇଥିଲେ।

Share