Categories: ଫୁରସତ

ପଣସ ଦ୍ୱାରା ଚାର୍ଜ ହେବ ମୋବାଇଲ ବ୍ୟାଟେରୀ

ସିଡ୍‌ନୀ,୯।୩: ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞଙ୍କ ଦ୍ୱାରା ଜର୍ନାଲ ଅଫ୍‌ ଏନର୍ଜି ଷ୍ଟୋରେଜରେ ପ୍ରକାଶିତ ଏକ ତଥ୍ୟରୁ ଜଣାପଡିଛି ଯେ ଏବେ ପଣସ ଓ ଦୁରିଆନ ଭଳି ଫଳରୁ ବିଜୁଳି ଉତ୍ପାଦନ କରାଯାଇ ପାରିବ। ଆଉ ଏହି ବିଜୁଳି ମାଧ୍ୟମରେ ଛୋଟ ଛୋଟ ଇଲୋକ୍ଟ୍ରୋନିକ୍ସ ଉପକରଣକୁ ଚାର୍ଜ କରାଯାଇ ପାରିବ। ଏହି ଗବେଷଣା ମାଧ୍ୟମରେ ବିଶେଷଜ୍ଞମାନେ କହିଛନ୍ତି କିପରି ଗ୍ରୀଷ୍ମପ୍ରଧାନ ଦେଶରେ ଫଳକୁ ସୁପର କାପାସିଟରରେ ପରିବର୍ତ୍ତନ କରାଯାଇଥାଏ। ସୁପର କାପାସିଟର ବିଜୁଳିର ଏମିତି ଏକ ସ୍ରୋତ ଯାହା ସୂଚାରୁରୂପେ ବିଦ୍ୟୁତ ପ୍ରବାହ ଜାରି ରଖିଥାଏ। ଏହା ବ୍ୟାଟେରୀର ଛୋଟ ଡିଭାଇସ ଭିତରେ ଅଧିକ ମାତ୍ରାରେ ବିଜୁଳି ସଂଗ୍ରହ କରିଥାଏ ଫଳରେ ଅଳ୍ପ ସମୟ ମଧ୍ୟରେ ଛୋଟ ଇଲୋକ୍ଟ୍ରୋନିକ୍ସ ଉପକରଣ ଯେପିରି ମୋବାଇଲ ଫୋନ, ଟାବଲେଟ ଓ ଲାପଟପକୁ ଚାର୍ଚ୍ଚ କରିପାରେ ବୋଲି କୁହାଯାଇଛି। ଏଥିପାଇଁ ଗ୍ରୀନ ଇଞ୍ଜିନିୟରିଂ ପଦ୍ଧତି ବ୍ୟବହାର କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି ପଦ୍ଧତି ସାଧାରଣତଃ ପାଣି ଗରମ କରିବା ଓ ଫଳ ଶୁଖାଇବାରେ ବ୍ୟବହାର କରାଯାଇଥାଏ।

Share