Advertisement
Categories: ଖେଳ

ପଣ୍ଟିଂଙ୍କ ସମକକ୍ଷ ହୋଇପାରନ୍ତି କୋହଲି

ନର୍ଥ ସାଉଣ୍ଡ,୨୧।୮: ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡର ସମକକ୍ଷ ହୋଇପାରନ୍ତି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଭାବେ କୋହଲି ଏପର୍ଯ୍ୟନ୍ତ ୧୮ ଶତକ ଲଗାଇ ସାରିଛନ୍ତି। ସାର ଭିଭିଆନ ରିଚାର୍ଡ ଷ୍ଟାଡିୟମ୍‌ରେ ଶତକ ଲଗାଇବାରେ ସଫଳ ହେଲେ ସେ ପଣ୍ଟିଂଙ୍କ ସହ ସମକକ୍ଷ ହେବେ। ପଣ୍ଟି ଅଧିନାୟକ ଭାବେ ୧୯ ଶତକ ଲଗାଇଛନ୍ତି। ଟେଷ୍ଟ ଫର୍ମାଟରେ ଅଧିନାୟକ ଭାବେ ସର୍ବାଧିକ ୨୫ ଶତକ ଲଗାଇବାର ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥଙ୍କ ନାମରେ ରହିଛି। ମୋଟ ଉପରେ ବ୍ୟାଟିଂ ସେନସେସନ କୋହଲିଙ୍କ ନାମରେ ୨୫ ଶତକ ରହିଥବାବେଳେ ଏଥିରେ ୬ ଦ୍ୱିଶତକ ମଧ୍ୟ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel