Categories: ଖେଳ

ପଣ୍ଟିଂ, କ୍ଲାର୍କଙ୍କୁ ପଛରେ ପକାଇଲେ ଟିମ୍‌ ପେନ

ମାଞ୍ଚେଷ୍ଟର,୯।୯: ବର୍ତ୍ତମାନ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ଟିମ୍‌ ପେନଙ୍କୁ ଅପେକ୍ଷା କରିଛି ଏକ ବଡ଼ ସଫଳତା। ଯେଉଁ ସଫଳତାକୁ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ମାଇକେଲ କ୍ଲାର୍କ ହାସଲ କରିପାରି ନ ଥିଲେ, ତାହାକୁ ପେନ ହାତେଇବାକୁ ନିଶ୍ଚିତ କରିଛନ୍ତି। ଗତ ୧୮ ବର୍ଷ ମଧ୍ୟରେ ପ୍ରଥମ ଅଷ୍ଟ୍ରେଲିଆନ ଅଧିନାୟକ ଭାବେ ସେ ଆଶେସ ଟ୍ରଫିକୁ ଆଣିବାକୁ ଯାଉଛନ୍ତି। ବଲ ଟାମ୍ପରିଂ ବିବାଦ ପରେ ହଠାତ୍‌ ଦଳର ନେତୃତ୍ୱ ପେନଙ୍କୁ ମିଳିଥିଲା। ଇଂଲଣ୍ଡରେ ଆଶେସ ସିରିଜ୍‌ ଜିତିଥିବା ଅଧିନାୟକଙ୍କ ତାଲିକାରେ ସେ ସ୍ଥାନ ପାଇଛନ୍ତି। ଏଥିରେ ମାର୍କ ଟେଲର, ଷ୍ଟିଭ ଓ୍ବ ଓ ଡନ ବ୍ରାଡମ୍ୟାନଙ୍କ ଭଳି ଅଧିନାୟକ ରହିଛନ୍ତି। ଉଲ୍ଲେଖଥାଉ କି, ଓଲ୍ଡ ଟ୍ରାଫର୍ଡଠାରେ ଅନୁଷ୍ଠିତ ୪ର୍ଥ ଟେଷ୍ଟକୁ ଅଷ୍ଟ୍ରେଲିଆ ୧୮୫ ରନ୍‌ରେ ଜିତି ନେଇଛି। ଏଥିସହିତ ୫ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ଆଗୁଆ ରହିଛି। ଅନ୍ତିମ ଟେଷ୍ଟର ଫଳାଫଳ ଯାହାହେଉ ନା କାହିଁକି, ତାହା ସିରିଜ୍‌ ନିର୍ଣ୍ଣୟ କରିପାରିବ ନାହିଁ।

Share