ପଣ୍ଡିତେ ଖୁସି ତ

ପ୍ରକାଶ ତ୍ରିପାଠୀ
କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକ୍ରମେ ସମ୍ବିଧାନର ଏକ ସମ୍ବେଦନଶୀଳ ଧାରା ୩୭୦କୁ ହଟାଇ ଦିଅାଯାଇଛି ସାରା ଦେଶରେ ଏହାକୁ ବିପୁଳ ଜନସମର୍ଥନ ମିଳିବା ସହ ଭାରତର ଭୂସ୍ବର୍ଗ କୁହାଯାଉଥିବା କଶ୍ମୀର ଏଣିକି ଅାତଙ୍କବାଦ କାଯର୍ୟକଳାପରୁ ମୁକ୍ତ ହେବ ଓ ଏଠାରେ ବିକାଶର ଚିତ୍ର ଦେଖିବାକୁ ମିଳିବ ବୋଲି ସାଧାରଣରେ ଅାଶା ସଂଚାର ହୋଇଛି ସ୍ବାଧୀନତା ପରଠାରୁ ଜମ୍ମୁ-କଶ୍ମୀରକୁ ଏହି ୩୭୦ ଧାରା ମାଧ୍ୟମରେ ମିଳୁଥିବା କିଛି ସ୍ବତନ୍ତ୍ର ଅଧିକାର ଉଚ୍ଛେଦ ହେବା ପରେ ଏଣିକି ଭାରତର ଅନ୍ୟାନ୍ୟ ରାଜ୍ୟ ସହ ଏହା ସମାନ ହୋଇପାରିବ ଯେପରି କି ଜମ୍ମୁ-କଶ୍ମୀରରେ ଅାଉ ସ୍ବତନ୍ତ୍ର ସମ୍ବିଧାନ ରହିବ ନାହିଁ ଭାରତୀୟ ସମ୍ବିଧାନର ସମସ୍ତ ସୁବିଧା ସୁଯୋଗ ଏଠାକାର ନାଗରିକଙ୍କୁ ମିଳିବ ଜମ୍ମୁ-କଶ୍ମୀରରେ ଥିବା ପୃଥକ୍ ପତାକା ରହିବ ନାହିଁ ଭାରତର ଜାତୀୟ ପତାକା ଏଠାରେ ଏଣିକି ଉଡ଼ିବ ଭାରତର ଯେକୌଣସି ନାଗରିକ ଏଠାରେ ଭୋଟର ତାଲିକାରେ ନାମ ଯୋଡି ଭୋଟ ଦେଇପାରିବେ ଜମ୍ମୁ-କଶ୍ମୀରର ବିଧାନସଭା କାଯର୍ୟକାଳ ପୂର୍ବରୁ ଥିବା ୬ ବର୍ଷ ପରିବର୍ତ୍ତେ ୫ ବର୍ଷ ରହିବ ଏଠାରେ ଅାଉ ପୂର୍ବ ପରି ଦୋହରା ନାଗରିକତ୍ୱ ରହିବ ନାହିଁ ଭାରତୀୟ ନାଗରିକ ଭାବେ ସେମାନେ ପରିଚିତ ହେବେ ଯେ କୌଣସି ଭାରତୀୟ ଏଠାରେ ଜମିକ୍ରୟ କରିପାରିବେ ନାଗରିକତ୍ୱ କଟିଯିବା ଭୟରେ ଜମ୍ମୁ-କଶ୍ମୀରର କନ୍ୟାମାନେ ଭାରତର ଯେ କୌଣସି ଅଞ୍ଚଳର ପୁରୁଷଙ୍କୁ ବିବାହ କରିବାକୁ ଅାଉ ଡରିବେ ନାହିଁ ସୁପ୍ରିମ୍କୋର୍ଟଙ୍କ ଅାଦେଶ ଏବେ ଏଠାରେ ଲାଗୁ ହୋଇପାରିବ ଧାରା ୩୭୦ ଓ ୩୫(କ) ଉଚ୍ଛେଦ ହେବା ଦ୍ୱାରା ଭାରତର ମୂଳମନ୍ତ୍ର ଏକତା ଓ ଅଖଣ୍ଡତା ଅଧିକ ମଜଭୁତ ହୋଇପାରିବ ବୋଲି ଦେଶରେ ଏକ ଦୃଢ଼ ଧାରଣା ସୃଷ୍ଟି ହୋଇଛି ଓ ସମସ୍ତେ ଏଥିପାଇଁ ଖୁସି ମନାଉଛନ୍ତି ତେବେ ଜମ୍ମୁ-କଶ୍ମୀରର ମୂଳ ଅଧିବାସୀ ଓ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ନିଯର୍ୟାତିତ ହୋଇଥିବା କଶ୍ମୀର ପଣ୍ଡିତମାନେ ଏହାଦ୍ୱାରା ଖୁସି ତ?
କଶ୍ମୀର ପଣ୍ଡିତ ହେଉଛନ୍ତି ଅତି ପୁରାତନ ସାରସ୍ବତ ବ୍ରାହ୍ମଣ ଗୋଷ୍ଠୀର, ଯେଉଁମାନେ କି ପଞ୍ଚଗୌଡ ବ୍ରାହ୍ମଣ ଭାବେ ପରିଚିତ ଦୀର୍ଘ ୫ ହଜାର ବର୍ଷ ପୂର୍ବରୁ ସେମାନେ ଏଠାରେ ବସତି ସ୍ଥାପନ କରି ରହୁଥିବା କୁହାଯାଏ ମୁସଲିମ ଅନୁପ୍ରବେଶ ପୂର୍ବରୁ ଏହିମାନେ ହିଁ କଶ୍ମୀରର ମୂଳ ଅଧିବାସୀ ଭାବେ ପରିଚିତ କୁହାଯାଏ କଶ୍ମୀର ଶବ୍ଦଟି ମହର୍ଷି କଶ୍ୟପଙ୍କ ନାମରୁ ସୃଷ୍ଟି ବ୍ରହ୍ମାଙ୍କ ପୁତ୍ର ତଥା ସପ୍ତଋଷିଙ୍କ ମଧ୍ୟରେ ଅନ୍ୟତମ ମହର୍ଷି କଶ୍ୟପ ହିମାଳୟ ଓ ପିର ପଞ୍ଜଲ ପର୍ବତମାଳା ମଧ୍ୟରେ ଅବସ୍ଥିତ ଏକ ହ୍ରଦକୁ ଶୁଷ୍କ କରି ସେଠାରେ ଅପରୂପ ପ୍ରାକୃତିକ ଶୋଭାରେ ବିମଣ୍ଡିତ ଉପତ୍ୟକା ସୃଷ୍ଟି କରିଥିଲେ, ଯାହାର ନାମ କଶ୍ମୀର ରଖାଯାଇଥିଲା ଏଠାରେ କ୍ରମେ କଶ୍ମୀର ପଣ୍ଡିତମାନେ ସ୍ଥାୟୀ ବସବାସ ଅାରମ୍ଭ କରିଥିଲେ, ଯେଉଁମାନେ କି ଶାନ୍ତି, ମୈତ୍ରୀ, ଏକତା, ସହନଶୀଳତା ଓ ଭାଇଚାରାର ବାର୍ତ୍ତା ପ୍ରଚାର କରି ଅାସିଥିଲେ ପ୍ରଥମତଃ କଶ୍ମୀର ପଣ୍ଡିତମାନେ ନୈଷ୍ଠିକ ହିନ୍ଦୁ ବ୍ରାହ୍ମଣ ଥିଲେ ହେଁ ଅଶୋକଙ୍କ ସମୟରେ ବୌଦ୍ଧଧର୍ମର ଗୁରୁତ୍ୱ କିଛି ଅଞ୍ଚଳରେ ବୃଦ୍ଧି ପାଇଥିଲା ତ୍ରୟୋଦଶ ଶତାବ୍ଦୀରେ ଏଠାରେ ଇସଲାମ ଧର୍ମର ପ୍ରବେଶ ହୋଇଥିଲା ଓ କାଳକ୍ରମେ ମୋଗଲ ଓ ଅାଫଗାନ ରାଜୁତି ସମୟରେ ଧର୍ମାନ୍ତରିତ ହେବା ଯୋଗୁ ଏମାନଙ୍କ ସଂଖ୍ୟା କମିବାକୁ ଲାଗିଲା
ଅାକବରଙ୍କ ସମୟରେ କଶ୍ମୀର ପଣ୍ଡିତମାନଙ୍କ ପାରଦର୍ଶିତା ଓ ପାଣ୍ଡିତ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ନିର୍ଯାତନାର କାରଣ ସାଜିଥିଲା ଜୋରଜବରଦସ୍ତ ସେମାନଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଯାଉଥିଲା ସମୟ ଥିଲା ମିର୍ଜା, ଧର, ଭଟ୍ଟ, କୌଲ, ଅାଖୁନ, ଚାକୁ, ଦୁରାନି, କ୍ରାଚୁ, ଡ୍ରାବୁ, କାଲୁ, କାନ୍ନା, ଖେର, ଖୁଦା, କିଚଲୁ, ମୁନସି, ମଚମା, ପୋଦାର, ରାଇନା ଭଳି ସାଙ୍ଗିଅା ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ବହନକରି ଭାଇଚାରାର ଶ୍ରେଷ୍ଠ ନିଦର୍ଶନ ରଖତ୍ଥିଲା ବେଳେ ପରବର୍ତ୍ତୀ ସମୟରେ ମୌଳବାଦୀ ତଥା ବିଚ୍ଛିନ୍ନତାବାଦୀ ମୁସଲିମ ଗୋଷ୍ଠୀଙ୍କ ପାଇଁ କଶ୍ମୀର ପଣ୍ଡିତମାନେ ନିଜ ଘରୁ ବେଘର ହେବାକୁ ଲାଗିଲେ ୧୯୨୫ ମସିହାରେ ପୁନର୍ବାର ହିନ୍ଦୁରାଜା ହରିସିଂ ଜମ୍ମୁ-କଶ୍ମୀରର ଶାସନଭାର ହାତକୁ ନେଲେ ଦେଶ ବିଭାଜନ ସମୟରେ କିଛି ଦେଶୀୟ ରାଜ୍ୟ ସ୍ବତନ୍ତ୍ର ଥିବାରୁ ସେମାନେ ନିଜ ଇଚ୍ଛାନୁସାରେ ଭାରତ, ପାକିସ୍ତାନ ଅଥବା ସ୍ବତନ୍ତ୍ର ରହିବାର ସ୍ବାଧୀନତା ଦିଅାଯିବାରୁ ହରି ସିଂ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରଖିବାକୁ ନିଷ୍ପତ୍ତି ନେଲେ ମାତ୍ର ଭାରତ ସ୍ବାଧୀନତା ପାଇବାର ତିନିମାସ ନ ପୂରୁଣୁ କଶ୍ମୀର ଦଖଲ କରିନେବାକୁ ପାକିସ୍ତାନ ଅାକ୍ରମଣ ଅାରମ୍ଭ କରିଦେଲା ରାଜା ହରି ସିଂ ଭାରତର ସହାୟତା ଲୋଡିଲେ
ଭାରତୀୟ ସେନାଙ୍କ ପ୍ରତିଅାକ୍ରମଣରେ ପାକିସ୍ତାନ ପରାସ୍ତ ହେଲା ଓ ଜମ୍ମୁ-କଶ୍ମୀରକୁ ଭାରତ ସହ ଯୋଡି ଦିଅାଗଲା କିଛି ଅସ୍ଥାୟୀ ରାଜିନାମାକୁ ଭିତ୍ତିକରି ଏହି ଅସ୍ଥାୟୀ ଚୁକ୍ତିରେ ଜମ୍ମୁ-କଶ୍ମୀରରେ ଏକ ସ୍ବତନ୍ତ୍ର ସମ୍ବିଧାନ ରହିବାର ପ୍ରାବଧାନ ଥିଲା, ଯାହାକି ଭାରତୀୟ ସମ୍ବିଧାନର ଧାରା ୩୭୦ରେ ସୁରକ୍ଷିତ ରଖାଗଲା କଶ୍ମୀରର ସ୍ବତନ୍ତ୍ର ଜାତୀୟ ପତାକା ସହ ଅନେକ ସ୍ବତନ୍ତ୍ର ଅଧିକାର ମଧ୍ୟ ଦିଅାଗଲା ସାତ ଦଶନ୍ଧି ଧରି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ମଧ୍ୟ ସେଠାରେ ଭାରତୀୟତା ଦେଖିବାକୁ ମିଳୁ ନ ଥିଲା ଭାରତ ସରକାରଙ୍କ ଉଦାରତାର ଫାଇଦା ଉଠାଇ ଅାତଙ୍କବାଦୀ, ବିଚ୍ଛିନ୍ନତାବାଦୀ ଓ ମୌଳବାଦୀଙ୍କ ତାଡ଼ନାରେ ଜର୍ଜରିତ ହୋଇଥିଲେ ଏଠାକାର ମୂଳବାସିନ୍ଦା କଶ୍ମୀର ପଣ୍ଡିତ ଗୋଷ୍ଠୀ ୧୯୯୦ ମସିହା ଜାନୁୟାରୀ ୧୯ ତାରିଖ ରାତ୍ରି କଥା ମନେପଡିଲେ କଶ୍ମୀର ପଣ୍ଡିତଙ୍କ ଲୋମ ଏବେ ବି ଟାଙ୍କୁରି ଉଠେ ସେଦିନ ସାରେ ଲାଉଡ ସ୍ପିକରରେ ସମଗ୍ର ଉପତ୍ୟକାରେ ପ୍ରଚାର କରାଯାଇଥିଲା ରାଲିଭ, ସାଲିଭ, ୟା ଗାଲିଭ ଅର୍ଥାତ୍ ଧର୍ମାନ୍ତରିତ ହୁଅ ନ ହେଲେ ଛାଡି ଚାଲିଯାଅ ନତୁବା ମୃତୁ୍ୟବରଣ କର କଶ୍ମୀରରେ ରହୁଥିବା ଅଣମୁସଲିମ ବିଶେଷକରି ପ୍ରତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କଶ୍ମୀର ପଣ୍ଡିତ ଗୋଷ୍ଠୀଙ୍କ ପ୍ରତି ଏହା ଥିଲା ବିଚ୍ଛିନ୍ନତାବାଦୀଙ୍କ ଚରମବାଣୀ ସମୟସୀମା ଭିତରେ ବିଚ୍ଛିନ୍ନତାବାଦୀଙ୍କ ନିର୍ଦ୍ଦେଶକୁ ମାନି ନ ଥିବା କଶ୍ମୀର ପଣ୍ଡିତଙ୍କ ପରିବାର ଉପରେ ଅାରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର ମାତ୍ର ଏକ ସପ୍ତାହ ମଧ୍ୟରେ ୩୯୯ ଜଣ ପଣ୍ଡିତଙ୍କୁ ହତ୍ୟା କରାଗଲା ଝିଅ-ବୋହୂମାନଙ୍କୁ ଅପହରଣ ଓ ବଳାତ୍କାର କରାଗଲା ସେମାନଙ୍କ ଝିଅପୁଅମାନଙ୍କୁ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରବେଶ କରିବାକୁ ବାରଣ କରାଗଲା ବାଧ୍ୟ ହୋଇ ପ୍ରାୟ ୬୦ ହଜାର ପରିବାର ଜୀବନ ବଞ୍ଚାଇବା ଲକ୍ଷ୍ୟରେ ହଜାର ହଜାର ବର୍ଷର ନିଜ ଭିଟାମାଟି ଛାଡିଥିଲେ ପଣ୍ଡିତ ପରିବାର ଯେପରି ପୁନର୍ବାର କଶ୍ମୀର ଉପତ୍ୟକାକୁ ନ ଫେରନ୍ତି, ସେଥିପାଇଁ ସେମାନଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ପୋଡି ଦିଅାଗଲା ସେମାନଙ୍କ ସମ୍ପତ୍ତିକୁ ଜବରଦଖଲ କରିନିଅାଗଲା ଓ ସେମାନଙ୍କ ଧର୍ମପୀଠଗୁଡ଼ିକୁ ଭାଙ୍ଗିଦିଅାଗଲା
ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ନିର୍ଭୟରେ ବଞ୍ଚିବାର ମୌଳିକ ସୁବିଧା ଯୋଗାଇଦେବା ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ହୋଇଥିଲେ ହେଁ କଶ୍ମୀର ପଣ୍ଡିତମାନଙ୍କ କ୍ଷେତ୍ରରେ ତାହା ସମ୍ଭବ ହୋଇପାରିନାହିଁ ଏବେ ବି ହଜାର ହଜାର ପଣ୍ଡିତ ପରିବାର ବିଭିନ୍ନ ଅାଶ୍ରୟସ୍ଥଳରେ ଭୀତତ୍ରସ୍ତ ହୋଇ ଜୀବନ ବିତାଉଛନ୍ତି ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ଅନେକ କଲ୍ୟାଣମୂଳକ ଯୋଜନା ଘୋଷଣା କରାଯାଇଥିଲେ ମଧ୍ୟ ସେମାନଙ୍କଠାରେ ଅାତ୍ମବିଶ୍ୱାସ ଫେରାଇ ଅାଣିବାକୁ ସକ୍ଷମ ହୋଇପାରି ନାହାନ୍ତି ବିଚ୍ଛିନ୍ନତାବାଦୀଙ୍କ ପରାକ୍ରମ ଅବ୍ୟାହତ ଥିବାରୁ ନିଜ ଭିଟାମାଟିକୁ ଫେରିଯିବାକୁ ସେମାନେ ସାହସ ଜୁଟାଇ ପାରିନାହାନ୍ତି ବର୍ତ୍ତମାନ ୩୭୦ ଧାରାକୁ ଉଠାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା, ଉଭୟକ୍ଷେତ୍ରକୁ ଭୟ ଓ ଅଶାନ୍ତିର ବାତାବରଣରୁ ମୁକ୍ତ ରଖିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ଯାହାକି ସ୍ବାଗତଯୋଗ୍ୟ ମାତ୍ର ଏହି ମୂଳ ଅଧିବାସୀ କଶ୍ମୀର ପଣ୍ଡିତ ପରିବାର ଯେ ପଯର୍ୟନ୍ତ ନିଜ ଜନ୍ମସ୍ଥାନକୁ ଫେରି ହରାଇଥିବା ସମ୍ପତ୍ତିକୁ ଫେରି ନ ପାଇଛନ୍ତି ସେ ପଯର୍ୟନ୍ତ ଏହି ଧାରା ୩୭୦ ଓ ୩୫(କ) ଉଚ୍ଛେଦର ସୁଫଳ ସେମାନଙ୍କ ପାଇଁ ମୂଲ୍ୟହୀନ ରହିବ ସେମାନେ ଖୁସି ହେବେ ସେହିଦିନ, ଯେଉଁଦିନ ନିର୍ଭୟରେ ନିଜ ଜନ୍ମମାଟିରେ ସମ୍ମାନର ସହ ସେମାନେ ବଞ୍ଚତ୍ ପାରିବେ
ମୋ-୯୪୩୭୨୩୨୪୬୩