‘ପତି ପତ୍ନୀ ଔର ଓ୍ବ’ରେ ଭୂମି ପେଡ଼ନେକର

ଲକ୍ଷ୍ନୌ: ଅଭିନେତ୍ରୀ ଭୂମି ପେଡନେକର ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଶୁଟିଂ ଆରମ୍ଭ କରିଛନ୍ତି। ରବିବାର ଲକ୍ଷ୍ନୌ ବିମାନବନ୍ଦରରୁ ତାଙ୍କର ଏକ ଫଟୋଗ୍ରାଫ୍‌ ଶେୟାର ହୋଇଛି। ପୂର୍ବରୁ ସେ ‘ଦମ୍‌ ଲଗା କୀ ହୈଶା’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନର ‘ପତି ପତ୍ନୀ…’ରେ ସେ ବୃହତ୍‌ ସହରରେ ଥିବା ଜଣେ ତରୁଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଉକ୍ତ ଫିଲ୍ମର ନିର୍ଦ୍ଦେଶନା ମୁଡାସର ଅଜିଜ୍‌ ଦେଉଥିବାବେଳେ ପ୍ରସ୍ତୁତ କରୁଛନ୍ତି ଭୂଷଣ କୁମାର। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିନୟ କରିଛନ୍ତି କାର୍ତ୍ତିକ ଆର୍ୟନ୍‌ ଏବଂ ଅନନ୍ୟା ପାଣ୍ଡେ।
ବି.ଆର. ଚୋପ୍ରାଙ୍କ ୧୯୭୮ ଫିଲ୍ମର ଏକା ଟାଇଟଲ୍‌ ଥିବା ଏହି ଚଳଚ୍ଚିତ୍ର ଡିସେମ୍ବର ୬ରେ ରିଲିଜ ହେବାକୁ ଯାଉଛି। ମୂଳ ଫିଲ୍ମର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ସ୍ବର୍ଗତ ସଞ୍ଜୀବ କୁମାର, ବିଦ୍ୟା ସିହ୍ନା ଏବଂ ରଞ୍ଜିତ କୌର।

Share