Categories: ଜାତୀୟ

ପତ୍ନୀଙ୍କୁ ବି ଜିତାଇପାରିଲେନି ଅଖିଳେଶ: ମାୟାବତୀ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଉତ୍ତରପ୍ରଦେଶ ନେତାଙ୍କ ସହ ସୋମବାର ନୂଆଦିଲ୍ଲୀରେ  ଏକ ସମୀକ୍ଷା ବୈଠକ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। ଏହି ବୈଠକରେ ସେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନରେ ମେଣ୍ଟରୁ ଯେତିକି ଆଶା କରାଯାଇଥିଲା ପରିଣାମ ତା’ଠାରୁ ମଧ୍ୟ କମ୍‌ ରହିଛି। ଏଥିସହ ଯାଦବଙ୍କ ଭୋଟ ଟ୍ରାନ୍ସଫର ହୋଇପାରି ନ ଥିଲା । ଏବେ ମେଣ୍ଟକୁ ନେଇ ସମୀକ୍ଷା କରାଯିବ। କେବଳ ଏତିକି ନୁହେଁ, ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜ ପତ୍ନୀ ଓ ଭାଇଙ୍କୁ ନିର୍ବାଚନରେ ଜିତାଇ ପାରିଲେ ନାହିଁ ବୋଲି ମାୟାବତୀ କହିଛନ୍ତି। ତେବେ ମାୟାବତୀଙ୍କ ଏଭଳି ବୟାନରୁ ଅନୁମାନ କରାଯାଉଛି ଯେ ବହୁ ଶୀଘ୍ର ଏସ୍‌ପି ଓ ବିଏସ୍‌ପି ଭିତରେ ଥିବା ମେଣ୍ଟରେ ଫାଟ ସୃଷ୍ଟି ହୋଇପାରେ।

Share