ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଶହେ ଦିନ ଫ୍ରିଜରେ ରଖିଥିବା ଅଭିଯୋଗରେ ସ୍ବାମୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ

ବେଜିଂ,୫।୭: ଚାଇନାର ସାଂଘାଇ ଅଞ୍ଚଳରେ ପତ୍ନୀଙ୍କୁ ହତ୍ୟା କରି ଶହେ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନାଯୋଗ୍ୟ, ବିବାହର ୧୦ ମାସ ପରେ ୧୭ ଅକ୍ଟୋବର ୨୦୧୬ରେ ପତ୍ନୀ ୟାଙ୍ଗଙ୍କ ସହ ଝଗଡା ହେବାରୁ ସ୍ବାମୀ ଝୁ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ମୃତ ପତ୍ନୀଙ୍କୁ ଶହେଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଏକଥା ଅନ ଲାଇନରେ ନିଜ ପତ୍ନୀଙ୍କ ସୋସିଆଲ ଆକାଉଣ୍ଟ ମାଧ୍ୟମରେ ଜଣାଇଥିଲେ। ଏହାପରେ ପତ୍ନୀଙ୍କୁ ଭୂଲିବା ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ରହି ପତ୍ନୀଙ୍କ ଆକାଉଣ୍ଟରୁ ୧୫୦,୦୦୦ୟୁଆନ ଖର୍ଚ୍ଚ କରିଥିଲେ ବୋଲି କହିଥିଲେ। ଏହି ମାମଲାରେ ଶୁକ୍ରବାର କୋର୍ଟ ଝୁଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ଜଣାପଡିଛି।

Share