ପତ୍ନୀଙ୍କ ଜନ୍ମଦିନରେ କେଜରିଓ୍ବାଲଙ୍କ ବିଶେଷ ଉପହାର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ମଙ୍ଗଳବାର ହେଉଛି ଏକ ବିଶେଷ ଦିନ। ମଙ୍ଗଳବାର ସକାଳୁ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଏଥିରେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ବହୁମତଠାରୁ ଆଗରେ ଚାଲିଥିବା ବେଳେ କେଜରିଓ୍ବାଲ ପୁଣିଥରେ ହ୍ୟାଟ୍ରିକ ଆଶାରେ ଅଛନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ଏଏପି ଦଳୀୟ କାର୍ଯ୍ୟାଳୟରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିବା ବେଳେ ଏହାକୁ ଦ୍ୱିଗୁଣିତ କରିଛି କେଜରିଓ୍ବାଲଙ୍କ ପତ୍ନୀ ସୁନିତା କେଜରିଓ୍ବାଲଙ୍କ ଜନ୍ମଦିନ। ମଙ୍ଗଳବାର ସୁନିତାଙ୍କ ଜନ୍ମଦିନ ହୋଇଥିବା ବେଳେ କେଜରିଓ୍ବାଲଙ୍କ ସହ ମିଶି ଦଳର କାର୍ଯ୍ୟାଳୟରେ ସୁନିତା କେକ୍‌ କାଟିଥିବା ଦେଖାଯାଇଛି। ସୁନିତାଙ୍କ ଜନ୍ମଦିନରେ କେଜରିଓ୍ବାଲ ବିଜୟ ପଥେ ଅଗ୍ରସର ହେଉଥିବାରୁ ଏଥର ଜନ୍ମଦିନରେ କେଜରିଓ୍ବାଲ ସୁନିତାଙ୍କୁ ଏହି ବିଶେଷ ଉପହାର ଦେଇଛନ୍ତି ବୋଲି ଆଲୋଚନା ହେଉଛି।

Share