ପତ୍ନୀଙ୍କ ସହ ପାକିସ୍ତାନ ଯିବେ ପ୍ରିନ୍ସ ଓ୍ବିଲିୟମ୍ସ

ଇସଲାମାବାଦ,୫।୧୦: ବ୍ରିଟେନର ରାଜ ଦମ୍ପତି ପ୍ରିନ୍ସ ଓ୍ବିଲିୟମ୍ସ ଓ କେଟ ମିଡିଲଟନ ଅକ୍ଟୋବର ମଧ୍ୟ ଭାଗରେ ପାକିସ୍ତାନ ଗସ୍ତ କରିବେ ବୋଲି ଜଣାପଡିଛି। ସେଠାରେ ସେ ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବକୁ ନେଇ ଆଲୋଚନା କରିବେ ବୋଲି କୁହାଯାଉଛି। ବ୍ରିଟିଶ ଦୁତାବାସ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ବିଦେଶ ଓ ରାଷ୍ଟ୍ରମଣ୍ଡଳ କାର୍ଯ୍ୟାଳୟର ଅନୁରୋଧ କ୍ରମେ କେମ୍ବ୍ରିଜର ଡ୍ୟୁକ ଓ ଡଚେସ୍‌ ୧୪ରୁ ୧୮ ଅକ୍ଟୋବର ମଧ୍ୟରେ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ଏହା ରାଜ ଦମ୍ପତିଙ୍କ ପ୍ରଥମ ପାକିସ୍ତାନ ଗସ୍ତ। ଏହି ଗସ୍ତ ସମୟରେ ସେ ଅଧିକରୁ ଅଧିକ ଲୋକଙ୍କ ସହ ମିଶିବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରାଯାଇଛି।

Share