ପାଟନା,୧୧।୬: ବିହାରର ରାଜଧାନୀ ପାଟନାରେ ହୋଇଥିବା ଟ୍ରିପଲ୍ ମର୍ଡର ଘଟଣା ମଙ୍ଗଳବାର ସାରା ରାଜ୍ୟକୁ ଚମକାଇ ଦେଇଛି। ପାଟନାରେ ରହୁଥିବା ଜଣେ ବ୍ୟବସାୟୀ ନିଜ ଝିଅ ଓ ପତ୍ନୀଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଥିବା କୁହାଯାଉଛି। ମଙ୍ଗଳବାର ସକାଳୁ ତାଙ୍କ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ଏକମାତ୍ର ପୁଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଅନୁମାନ କରାଯାଉଛି ବ୍ୟବସାୟୀ ଜଣକ ପ୍ରଥମେ ଝିଅ ଓ ପତ୍ନୀଙ୍କୁ ଗୁଳି କରିମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ହେଲେ ସେ କାହିଁକି ଏପରି କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।