Advertisement

ପଥରରେ ଛେଚି ଯୁବକଙ୍କୁ ହତ୍ୟା କରିବା ଘଟଣା: ୩ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼,୩୧।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କାଲୋସିହିରିଆ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଗତ ଏପ୍ରିଲ ୧୪ତାରିଖରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ଏହି ଘଟଣାରେ ବୁଧବାର ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଆବ୍ରାହମ ଲୁଗୁନ୍‌(୨୩), ବିମଲ କାନ୍‌ଡ଼ୁଲାନାଓ, ପେଲେସ ଫରକା ନଡ଼ୁଲାନା।

ଜିଲା ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ମୃତ ଆଲେସିଅସ୍‌ ଲୁଗୁନ(୪୦) ମଦ ପିଇବା ଲାଗି ଘରୁ ପୂର୍ବାହ୍ନରେ ବାହାରିଯାଇଥିଲେ। ହେଲେ ସେବେଠାରୁ ସେ ଘରକୁ ନ ଫେରିବାରୁ ସ୍ତ୍ରୀ ଆଞ୍ଜେଲା ଘଟଣା ପରଦିନ କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଉକ୍ତ ଜଙ୍ଗଲରୁ ଲୁଗୁନ୍‌ଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଏହାର ତିନି ମାସ ପରେ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share