ପଥର କ୍ୱାରୀରେ ଚଢ଼ାଉ: ବିସ୍ଫୋରକ ଜବତ, ୩ ଗିରଫ

ଗୁଣପୁର,୨୪।୯(ଡି.ଏନ୍‌.ଏ.)- ପଥର ଫୁଟାଇବା ପାଇଁ ବେଆଇନଭାବେ ବିସ୍ଫୋରକ ବ୍ୟବହାର କରାଯାଉ ଥିଲା। ଗୁଣପୁର ପୋଲିସ ଖବର ପାଇ ସନ୍ନ୍ୟାସୀପୁରସ୍ଥିତ ଏକ ପଥର କ୍ୱାରୀରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିବା ନେଇ ଏସ୍‌ଡିପିଓ ରାଜକିଶୋର ଦାସ ସୂଚନା ଦେଇଛନ୍ତି।

ପ୍ରକାଶଯେ, କ୍ବାରୀରେ ପଥର ଫୁଟାଇବା ପାଇଁ ଆନ୍ଧ୍ରର ବିଆରସି ନାମକ ଏକ ସଂସ୍ଥା ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରୁଥିବା ନେଇ ପୋଲିସ ଖବର ପାଇଥିଲା। ମଙ୍ଗଳବାର ପୋଲିସ ସେଠାରେ ଚଢାଉ କରିଥିଲା। ପୋଲିସ ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ଏଥିରେ ନିୟୋଜିତ ଥିବା କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଏମ୍‌.ଶିବ କୁମାର, ଶ୍ରୀନିବାସ କୁମାର ଏବଂ ଜୟ ପ୍ରକାଶ ଚୌଧୁରୀ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share