ପଥର ଖଣିରୁ ମିଳିଲା ୩୮ କୋଟି ୬୦ ଲକ୍ଷ ବର୍ଷ ପୁରାତନ ଜଙ୍ଗଲ ଜୀବାଶ୍ମ

ଓ୍ବାଶିଂଟନ, ୨୧।୧୨: ଆମେରିକାର ଏକ ପଥର ଖଣିରୁ ୩୮ କୋଟି ୬୦ ଲକ୍ଷ ବର୍ଷ ତଳର ପୁରାତନ ଜଙ୍ଗଲ ଜୀବାଶ୍ମ ମିଳିଛି। ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକ ମାଟିତଳେ ଚାପି ହୋଇ ବିଘଟିତ ହୋଇ ଜୀବାଶ୍ମରେ ପରିଣତ ହୋଇଛନ୍ତି। ଗବେଷକ ଏହାକୁ ସର୍ବ ପୁରାତନ ଜୀବାଶ୍ମ ବୋଲି ଅନୁମାନ କରୁଛନ୍ତି। ନ୍ୟୁୟର୍କର କାହିରା ସହର ନିକଟସ୍ଥ ୨୦ରୁ ୩୦ ଲକ୍ଷ ବର୍ଷ ପୁରୁଣା ଏକ ଜଙ୍ଗଲରେ ଥିବା ପଥର ଖଣିରୁ ଏହି ଜୀବାଶ୍ମକୁ ଉଦ୍ଧାର କରାଯାଇଛି। ଜୀବାଶ୍ମ ୩୨ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିବା ଗବେଷକ ଦାବି କରିଛନ୍ତି। ଜୀବାଶ୍ମ ନ୍ୟୁୟର୍କଠାରୁ ଆରମ୍ଭ ହୋଇ ପେନସିଲ୍‌ଭାନିଆ ପର୍ଯ୍ୟନ୍ତ ବ୍ୟାପିଥିବା ଅନୁମାନ କରାଯାଉଛି। ସେତେବେଳେ ଗଛଗୁଡ଼ିକ ୬୫ ଫୁଟରୁ ଅଧିକ ଉଚ୍ଚା ହେଉଥିବା ଗବେଷକ କହିଛନ୍ତି। ଆମେରିକାର ବିଘମଟନ୍‌ ବିଶ୍ୱବିଦ୍ୟାଳୟ, ନ୍ୟୁୟର୍କ ଷ୍ଟେଟ୍‌ ମ୍ୟୁଜିୟମ୍‌ ଏବଂ ବ୍ରିଟେନ୍‌ର କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ଗବେଷକ ଦଳ ଏହି ଜୀବାଶ୍ମକୁ ଅନୁଧ୍ୟାନ କରୁଛନ୍ତି।

Share