ପଥର, ବାଲି ଚାଲାଣବେଳେ ୬ ଗାଡ଼ି ଜବତ

ଭଞ୍ଜନଗର,୨୪।୭(ଡି.ଏନଏ): ପଥର, ବାଲି, ଗୋଡ଼ି ବେନିୟମ ଚାଲାଣ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବୁଧବାର ଭଞ୍ଜନଗର ତହସିଲ ଓ ଗାଲେରୀ, ଭଞ୍ଜନଗର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୬ଟି ଗାଡ଼ିରେ ବେନିୟମ ଭାବେ ବାଲି, ଗୋଡ଼ି ଓ ପଥର ଚାଲାଣ ହେଉଥିବା ଯୋଗୁ ସମ୍ପୃକ୍ତ ଗାଡ଼ିକୁ ଜବତ କରାଯାଇ ଜରିମାନା ବାବଦକୁ ୧ଲକ୍ଷ ୨୦ ହଜାର ଟଙ୍କା ଆଦାୟ କରାଯାଇଛି। ତହସିଲଦାର ଦୀନମଣି ନାୟକ, ଏଏସ୍‌ଆଇ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଚଢାଉର ନେତୃତ୍ୱ ନେଇଥିଲେ।

Share