‘ପଥ ବିକ୍ରେତାଙ୍କୁ ଦିଆଯାଉ ସହାୟତା’

ବାଲେଶ୍ୱର ଅଫିସ, ୨୬।୫-ବାଲେଶ୍ୱର ଷ୍ଟେଶନ ଛକଠାରେ ନ୍ୟାଶନାଲ ହକର ଫେଡ଼େରେଶନ ସଂଯୁକ୍ତ ଓଡ଼ିଶା ପଥ ବିକ୍ରେତା ସଂଘ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ପଥ ବିକ୍ରେତା ଦିବସ ପାଳିତ ହୋଇଛି। ସଂଘର ରାଜ୍ୟ ସଭାପତି ତଥା ଫେଡ଼େରେଶନର ଅତିରିକ୍ତ ସାଧାରଣ ସମ୍ପାଦକ ଜୟନ୍ତ ଦାସ ଅଧ୍ୟକ୍ଷତା କରି ସମସ୍ତ ଆବଶ୍ୟକ ସାମଗ୍ରୀ ସ୍ବଳ୍ପ ମୂଲ୍ୟରେ ଯୋଗାଇ ସେବା କରିଆସୁଛନ୍ତି। ‘ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥବିକ୍ରୟ ବିନିୟମ ଆଇନ-୨୦୧୪’ ପ୍ରଣୟନ କରିଥିବା ବେଳେ ଓଡ଼ିଶା ସରକାର ପଥବିକ୍ରେତାଙ୍କୁ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ କରିଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଦେଶବ୍ୟାପୀ ଲକ୍‌ଡାଉନ୍‌ ପଥ ବିକ୍ରେତାଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଲକ୍‌ଡାଉନ୍‌ ଆରମ୍ଭଠାରୁ ଲକ୍‌ଡାଉନ୍‌ ଚାଲିଥିବା ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ହାରରେ ରିଲିଫ ସହାୟତା ପ୍ରଦାନ ସହ କରୋନା ନିୟନ୍ତ୍ରଣ ବ୍ୟବସ୍ଥା ପୂର୍ବକ ଲକ୍‌ଡାଉନ୍‌ ପ୍ରତ୍ୟାହାର ଦାବି କରିଥିଲେ। କାର୍ଯ୍ୟକ୍ରମରେ ସଂଘର ବାଲେଶ୍ୱର ପୌରାଞ୍ଚଳ କମିଟି ସମ୍ପାଦକ ମୋହିନୀମୋହନ ପରିଡ଼ା, ଉପସଭାପତି ଆବିଦ ଖାନ ରାଜ୍ୟ ସରକାର ଘୋଷଣା କରିଥିବା ପଥ ବିକ୍ରେତାଙ୍କ ପାଇଁ ରିଲିଫ୍‌ରୁ ବାଲେଶ୍ୱର ପୌର ଓ ଜିଲାପ୍ରଶାସନ ବଞ୍ଚତ୍ତ କରିଥିବାରୁ ମେ’ ୩୧ ପରେ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଟିପିରି ସିଂ, ରାମ ଚନ୍ଦ୍ର ପରିଡ଼ା, ଜୟନ୍ତୀ ଦାସ, ସେକ ଇସଲାମ୍‌, ମହମଦ ଆସଲାମ, ମନୋରଞ୍ଜନ ବାରିକ, ନିତ୍ୟାନନ୍ଦ ସାହୁ, ମନୋଜ ରାଠୋର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।