ପଦଚାଳିତ ହାତସଫା ମେଶିନ୍‌ ରଖିବ ସ୍ବଚ୍ଛ

ଜଟଣୀ,୯ା୪(ଡି.ଏନ.ଏ): କୋଭିଡ-୧୯ ମୁକାବିଲା ଓ ରେଳ କର୍ମଚାରୀଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି ଡିଭିଜନ ଅନ୍ତର୍ଗତ ଅନୁଗୋଳ ଲୋକୋଶେଡ୍‌ରେ ନିଜସ୍ବ ସାଧନରେ ପଦଚାଳିତ ହାତସଫା ମେଶିନ୍‌ ଉତ୍ପାଦନ କରିବା ସକ୍ଷମ ହୋଇପାରିଛି। ଏହାଦ୍ୱାରା ଟ୍ୟାପ୍‌ରେ ହାତ ନ ଲଗାଇ ଲିକ୍ୟୁଇଡ୍‌ ସାନିଟାଇଜରରେ ହାତସଫା କରିବା ସହିତ ସଂକ୍ରମଣ ଭୟ ରହିବ ନାହିଁ। କର୍ମଚାରୀଙ୍କ ବ୍ୟବହାର ପାଇଁ ଡିଭିଜନର ଭୁବନେଶ୍ୱର ଓ ପୁରୀ କୋଚିଂ ଡିପୋରେ ଏଯାବତ୍‌ ୭୦୦ ମାସ୍କ ସହ ଅନୁଗୋଳରେ ୫୦ ଲିଟର ସାନିଟାଇଜର ପ୍ରସ୍ତୁତ କରାଯାଇଛି। ନିୟମିତ ଭାବେ ରେଳ ଇଞ୍ଜିନ, ବିଭିନ୍ନ ଉପକରଣ, କାର୍ଯ୍ୟାଳୟ, ଷ୍ଟେଶନ ବିଲ୍‌ଡିଂଗୁଡ଼ିକୁ ବିଶୋଧନ କରାଯାଉଛି। ଏହାଛଡ଼ା ମାଲବାହୀ ଟ୍ରେନ୍‌ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ନିରବଚ୍ଛିନ୍ନ ଭାବେ ପରିବହନ ଜାରି ରହିଛି। ୧୧୮ଟି କୋଚ୍‌କୁ ଆଇସୋଲେଶନ୍‌ ସୁବିଧା ଲକ୍ଷ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ପୁରୀ ଓ ଭୁବନେଶ୍ୱର କୋଚିଂ ଡିପୋ ଦ୍ୱାରା ୩୦ଟି ଅଲ୍‌ଟ୍ରାଭେନସ ଷ୍ଟାଣ୍ଡ ପ୍ରସ୍ତୁତ କରାଯାଇଛି। ଜଟଣୀସ୍ଥିତ ରେଲୱେ ମେଡିକାଲରେ ସମସ୍ତ ସୁବିଧା ଉପଲବ୍ଧ ଥାଇ ୮୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ୍‌ ୱାର୍ଡ କାର୍ଯ୍ୟ ଜାରି ରହିଛି।

Share