ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ ପ୍ରଣୟନ କ୍ଷମତା ପ୍ରଭାବିତ ହେଉଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦୨୪ ସୁଦ୍ଧା ଆଇଏଏସ୍‌ ଅଧିକାରୀଙ୍କ ଅଭାବ ହାର ୧୯ ପ୍ରତିଶତ ଏବଂ ନିର୍ଦ୍ଧାରିତ ୬,୮୫୮ ପଦବୀରେ ଏବେ ୫,୫୪୨ ଅଧିକାରୀ ଅଛନ୍ତି। ସେହିଭଳି ଆବଶ୍ୟକ ୫,୦୫୫ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରୁ ୪,୪୬୯ କାର୍ଯ୍ୟ କରୁଛନ୍ତି , ଅର୍ଥାତ୍‌ ୧୧% ପଦବୀ ପୂରଣ ହୋଇପାରିନାହିଁ। ଆଇଏଫ୍‌ଏସ୍‌ କ୍ୟାଡରରେ ୩୩% ପଦବୀ ଖାଲି ଅଛି ଏବଂ ମଞ୍ଜୁରୀପ୍ରାପ୍ତ ମୋଟ ୩,୧୯୩ ପଦବୀରୁ ୨,୧୫୧ ଜଣ ଅଧିକାରୀ ଅଛନ୍ତି। ଏଭଳି ଅଭାବ ଯୋଗୁ ଅଧିକାରୀମାନେ ଏକାଧିକ ବିଭାଗ ଏବଂ ଦାୟିତ୍ୱରେ ରହିବାକୁ ବାଧ୍ୟ ହେଉଛନ୍ତି ଏବଂ କାର୍ଯ୍ୟଚାପ ଯୋଗୁ ଶାସନ ପ୍ରଭାବିତ ହେଉଛି। ରାଜ୍ୟ ସ୍ତରରେ ସିଧାସଳଖ ଆଇଏଏସ୍‌ ନିଯୁକ୍ତି କ୍ଷେତ୍ରରେ ଉତ୍ତରପ୍ରଦେଶରେ ସର୍ବାଧିକ ପଦବୀ(୬୩) ଖାଲି ରହିଛି। ବିହାରରେ ଖାଲିଥିବା ପଦୋନ୍ନତି ପଦବୀ (୭୯) ଅନ୍ୟ ରାଜ୍ୟ ତୁଳନାରେ ସବୁଠୁ ବେଶି। ଆଇପିଏସ୍‌ ଅଧିକାରୀଙ୍କ ପ୍ରତ୍ୟକ୍ଷ ନିଯୁକ୍ତିରେ ମଧ୍ୟପ୍ରଦେଶରେ ସର୍ବାଧିକ (୪୩) ପଦବୀ ପୂରଣ ହୋଇନାହିଁ। ପଦୋନ୍ନତି ପଦବୀ ଓଡ଼ିଶାରେ ସର୍ବାଧିକ(୫୯) ଖାଲି ପଡ଼ିଛି। ଆଇଏଫ୍‌ଏସ୍‌ କ୍ୟାଡରରେ ମଧ୍ୟ ସମାନ ଧାରା ଜାରି ରହିଛି ଏବଂ ଏଜିଏମ୍‌ୟୁଟି କ୍ୟାଡରରେ ସର୍ବାଧିକ(୧୦୫) ପଦବୀ ପୂରଣ ହୋଇନାହିଁ। ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ନିଯୁକ୍ତି ସମ୍ପର୍କରେ ନୀତି ନିର୍ଦ୍ଧାରକମାନେ ପୁନର୍ବିଚାର କରିବା ଆବଶ୍ୟକ। ଭାରତରେ ଏକ ଦୃଢ଼ ତଥା ପ୍ରଭାବୀ ଶାସନ ଢାଞ୍ଚା ନିଶ୍ଚିତ କରିବାକୁ ହେଲେ ଏହି ପଦବୀଗୁଡିକ ପୂରଣକରିବା ଜରୁରୀ ଏବଂ ଏହା ପାଇଁ ନୂତନ ରଣନୀତି ଆବଶ୍ୟକ।
ଗମ୍ଭୀର ଅଭିଯୋଗ
କେରଳରେ ବାବୁମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ବିବାଦକୁ ନେଇ ନିଲମ୍ବିତ ହୋଇଥିବା ଆଇଏଏସ୍‌ ଅଧିକାରୀ ଏନ୍‌. ପ୍ରଶାନ୍ତ (୨୦୦୭ ବ୍ୟାଚ୍‌ କେରଳ କ୍ୟାଡର) କେରଳର ମୁଖ୍ୟ ଶାସନ ସଚିବ ସାରଦା ମୁରଲୀଧରନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ. ଜୟତିଳକ, ଶିଳ୍ପ ନିର୍ଦ୍ଦେଶକ କେ. ଗୋପାଳକୃଷ୍ଣନ୍‌ ଓ ଏକ ପ୍ରମୁଖ ରାଜ୍ୟସ୍ତରୀୟ ଖବରକାଗଜ ବିରୋଧରେ ଭୁଲ୍‌ ଦଲିଲ ପ୍ରସ୍ତୁତ କରିବା ଏବଂ ଆପରାଧିକ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିବା ଜଣାପଡ଼ିଛି। ଜୟତିଳକଙ୍କ ନେତୃତ୍ୱରେ କରାଯାଇଥିବା ଏକତରଫା ତଦନ୍ତରୁ ହିଁ ଏହି ବିବାଦ ସୃଷ୍ଟି ହୋଇଛି, ଯେଉଁଥିରେ ଉନ୍ନତି (ଏସ୍‌ସି /ଏସ୍‌ଟି ସମୁଦାୟଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ)ର ସିଇଓ ଥିବାବେଳେ ସରକାରୀ ଫାଇଲଗୁଡିକର ଭୁଲ୍‌ ତଥ୍ୟ ଏବଂ ତାଙ୍କ ଅନିୟମିତ ଉପସ୍ଥାନକୁ ନେଇ ପ୍ରଶାନ୍ତଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ଲିଗାଲ ନୋଟିସ ଅନୁଯାୟୀ, ଏହି ତଦନ୍ତ ପାଇଁ ସରକାରୀ ଅନୁମତି ନ ଥିଲା ଏବଂ ଏହା ସରକାରଙ୍କ ଇ-ଅଫିସ୍‌ ସିଷ୍ଟମରେ ଅପ୍‌ଲୋଡ୍‌ ହୋଇଥିବା ମିଥ୍ୟା ଚିଠି ଉପରେ ଆଧାରିତ ଥିଲା। ପ୍ରଶାନ୍ତ ଦାବି କରିଛନ୍ତି, ଗୋପାଳକୃଷ୍ଣନ୍‌ଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଏହି ଡକ୍ୟୁମେଣ୍ଟଗୁଡିକ ବିଭାଗୀୟ ରେକର୍ଡରୁ ହଟାଯିବା ପୂର୍ବରୁ ଅଗଷ୍ଟ ୨୦୨୩ ରେ ଏଥିରେ ହେରଫେର କରାଯାଇଥିଲା। ଲିଗାଲ ନୋଟିସରେ ଆହୁରି ଅଭିଯୋଗ ହୋଇଛି ଯେ,୧୪ ନଭେମ୍ବର ୨୦୨୪ରେ ଏହି ଅନିୟମିତତା ବିଷୟରେ ଆନୁଷ୍ଠାନିକ ଭାବେ ଅବଗତ ହେବା ସତ୍ତ୍ୱେ ମୁଖ୍ୟ ଶାସନ ସଚିବ ପଦକ୍ଷେପ ନେବାରେ ବିଫଳ ହୋଇଥିଲେ। କେରଳର ପ୍ରଶାସନ ପ୍ରଶାନ୍ତଙ୍କ ବିସ୍ଫୋରକ ଦାବିକୁ କିପରି ସମାଧାନ କରିବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ନୂଆ ନିୟମ
ଉତ୍ତରପ୍ରଦେଶର କାର୍ଯ୍ୟନିର୍ବାହୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ପ୍ରଶାନ୍ତ କୁମାର ଯୋଗୀ-ମୋଦି ଶାସନରେ ଥିବା ଜଟିଳ ଧାରାରୁ ନିଶ୍ଚିତ ଭାବେ କିଛି ଶିକ୍ଷା ନେଇପାରିଥିବେ। ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ କୁମାର ଚଳିତ ବର୍ଷ ଜାନୁଆରୀରୁ କାର୍ଯ୍ୟନିର୍ବାହୀ ବ୍ୟାଜ୍‌ ଧାରଣ କରିଆସୁଛନ୍ତି। କିନ୍ତୁ ଦୁଃଖର କଥା, ଏବେ ରାଜନୈତିକ ବାତାବରଣ ବିପରୀତ ହୋଇଛି। ଗତମାସ ପ୍ରାରମ୍ଭରେ ଯେତେବେଳେ ଯୋଗୀ ଆଦିତ୍ୟନାଥ ସରକାର ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ପାଇଁ ତାଙ୍କ ନୂଆ ନିୟମ ଜାରି କରିଥିଲେ, ସେତେବେଳେ ବାବୁ ପରିସରରେ ଥିବା ଆଲୋଚକମାନେ କହିଥିଲେ ଯେ କୁମାର ଏହି ପଦବୀରେ ନିଶ୍ଚିତ ରହିବେ। କିନ୍ତୁ ସୂତ୍ରରୁ ଜଣାପଡ଼ିଛି ଯେ, କୁମାରଙ୍କ ନାମ ନିଯୁକ୍ତି ତାଲିକାରୁ ଉଭାନ ହୋଇଯାଇଛି। ସଂଶୋଧିତ ନିୟମ ଅନୁଯାୟୀ, ଯେଉଁ ଆଇପିଏସ୍‌ ଅଧିକାରୀଙ୍କର ଚାକିରିକାଳ ଅତି କମ୍‌ରେ ୬ ମାସ ଥିବ, ସେମାନେ ଶୀର୍ଷ ପଦବୀ ଲାଗି ଯୋଗ୍ୟ ହେବେ। କୁମାର ମେ ୨୫ରେ ଅବସର ନେବାକୁ ଯାଉଥିବାରୁ ସେ ଏହି ପଦବୀ ପାଇଁ ଯୋଗ୍ୟ ନୁହନ୍ତି। ନଚେତ୍‌ କେହି ଜଣେ ଅମଲାତାନ୍ତ୍ରିକ ଉପାୟରେ ତାଙ୍କ କାର୍ଯ୍ୟକାଳକୁ ଆଉ ୧୮ ମାସ ବୃଦ୍ଧି କରିଦେଇ ପାରିଥାନ୍ତେ। ତେବେ ସେଥିତ୍ପାଇଁ କେନ୍ଦ୍ରର ଆଶୀର୍ବାଦ ଲୋଡ଼ା। ହେଲେ ଯୋଗୀ ସରକାରଙ୍କର ଏଭଳି ବିଷୟ ପ୍ରତି ଆଗ୍ରହ ନ ଥିବାରୁ କୁମାର କାର୍ଯ୍ୟନିର୍ବାହୀ ଡିଜିପି ଭାବେ ରହିଛନ୍ତି। ଯୋଗୀ-ମୋଦି ରାଜନୀତିର ଜଟିଳ ଖେଳ ମଧ୍ୟରେ ଗୋଟିଏ କଥା ସ୍ପଷ୍ଟ ଯେ, ବେଳେବେଳେ କ୍ଷମତା ଦୌଡ଼ରେ ରହିବା ଏକ ସୌଭାଗ୍ୟର ବିଷୟ ହୋଇଥାଏ। କିନ୍ତୁ ଏହାକୁ ଜିତିବା ପୂର୍ବରୁ ଆଉ କେହି ଜଣେ ବିଜୟୀ ହୋଇଯାଇପାରନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri