ପଦବୀ ପାଇଁ ଚାଲିଛି ଅଙ୍କକଷା

ଅନୁଗୋଳ ଅଫିସ, ୨୭।୨ – ଅନୁଗୋଳ ପୌରପାଳିକାରେ ଖାଲି ପଡ଼ିଥିବା ବିଭିନ୍ନ ପଦପଦବୀକୁ ନେଇ ଏବେ କର୍ମଚାରୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା। ଘଣ୍ଟାକୁ ଘଣ୍ଟା ସେମାନେ ମେଳି ବାନ୍ଧି କାହାକୁ କେଉଁ ଚୌକି ମିଳିବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି। ଗତ ସପ୍ତାହେ ହେଲା ପୌରପାଳିକାରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଥିବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ଅନୁଗୋଳ ପୌରପାଳିକାରେ ଦୀର୍ଘ ୩୦ ବର୍ଷ ଧରି ଟ୍ୟାକ୍ସ ଦାରୋଗା ଓ ବିଜୁଳି ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ କର୍ମଚାରୀ ଚିତ୍ତରଞ୍ଜନ ପ୍ରଧାନଙ୍କ ତାଳଚେର ପୌରପାଳିକାକୁ ପଦୋନ୍ନତି ସହ ବଦଳି ହୋଇଛି। ସେହିପରି ପରିମଳ ବିଭାଗରେ ଥିବା ଆଶିଷ ଦାସଙ୍କ ପାରାଦୀପ ପୌରପାଳିକାକୁ ପଦୋନ୍ନତି ସହ ବଦଳି ହୋଇଛି। ଚଳିତମାସ ଶେଷ ସୁଦ୍ଧା ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ଏଠାରୁ ରିଲିଭ କରାଯିବ। ସେଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଦୁଇ ଅଧିକାରୀ ଓ ପୌର ପ୍ରଶାସନ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ସେମାନଙ୍କ ବିଭାଗ ଦାୟିତ୍ୱ କେଉଁ କର୍ମଚାରୀଙ୍କୁ ମିଳିବ ତାହା ହିଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ଏ ନେଇ ପୌର କର୍ମଚାରୀଙ୍କ ମଧ୍ୟରେ ଏବେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଅନ୍ୟପଟେ ପୌର ନିର୍ବାହୀ ଅଧିକାରୀ ମଧ୍ୟ ଖାଲି ପଡ଼ିବାକୁ ଥିବା ବିଭିନ୍ନ ବିଭାଗର ଦାୟିତ୍ୱ କାହାକୁ ପ୍ରଦାନ କରିବେ ସେ ସମ୍ପର୍କରେ ଚିନ୍ତା କରିବା ସହ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ପରଖୁଛନ୍ତି। କେଉଁ ବରିଷ୍ଠ କର୍ମଚାରୀ ଏହି ବିଭାଗଗୁଡ଼ିକ ସମ୍ଭାଳିଲେ ସହରବାସୀ ଉତ୍ତମ ସେବା ପାଇପାରିବେ ତାହାର ସମୀକ୍ଷା ଚଳାଇଛନ୍ତି। ସବୁଠୁ ଚିନ୍ତାଜନକ ହେଉଛି ପରିମଳ ବିଭାଗ କାହାକୁ ଦିଆଯିବ। ଏହାକୁ ନେଇ ମୁଖ୍ୟ ଅଡ଼ୁଆ ଥିବାରୁ ଶୀର୍ଷସ୍ତରରେ ବିଚାର ବିମର୍ଶ କରାଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅନୁଗୋଳ ପୌରପାଳିକାରେ ବରିଷ୍ଠ କିରାଣି ଥିବା ବିଜୟ କୁମାର ତ୍ରିପାଠୀଙ୍କ ଆଠମଲ୍ଲିକ ଏନ୍‌ଏସିକୁ ନିର୍ବାହୀ ଅଧିକାରୀ ଭାବେ ବଦଳି ପରଠାରୁ ଗତ ୩ ବର୍ଷରୁ ଅଧିକ ସମୟ ହେବ ଏଠାରେ ଉକ୍ତ ପଦବୀ ଖାଲି ପଡ଼ିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଦୁଇ ଅଧିକାରୀଙ୍କ ବଦଳି ପରେ ୩ଟି ବିଭାଗରେ ନୂତନ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏ ସମ୍ପର୍କିତ ନିଷ୍ପତ୍ତି ଖୁବ୍‌ଶୀଘ୍ର ନିଆଯିବ ବୋଲି ସେ କହିଛନ୍ତି। ତେବେ ଜଣେ ବରିଷ୍ଠ କିରାଣି ପୌରପାଳିକାକୁ ଦେବା ପାଇଁ ସରକାରଙ୍କୁ କୁହାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର,୨ା୯(ମନୋଜ ନନ୍ଦ): ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍‌...

ଅନୁଗୋଳ ଜିଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ...

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ

ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ...

ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୁଆସାହି ମୌଜା ଟିକରପଡା ଗ୍ରାମର କୈଳାସ କହଁର ( ୪୫) ବୁଧବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri