ପଦବୀ ହରାଇଲେ ଶାରୀରିକ ଶିକ୍ଷା ନିରୀକ୍ଷକ

ବରଗଡ଼ ଅଫିସ,୨୧।୧୨: ବରଗଡ଼ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ(ଆଇପିଇ) ତ୍ରିଲୋକ୍ୟ ନାୟକଙ୍କଠାରୁ ଜିଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଶୀ ଏହି ପଦବୀ କାଢ଼ି ନେଇଛନ୍ତି। ଅପରପକ୍ଷେ ଏହି ପଦବୀରେ ସମଲେଶ୍ୱରୀ ହାଇସ୍କୁଲ, ଅମ୍ବାପାଲିର ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି) ଭାଗୀରଥି ମହାରଣାଙ୍କୁ ଅବସ୍ଥାପିତ କରାଯାଇଛି। ସେହିଭଳି ତ୍ରିଲୋକ୍ୟଙ୍କୁ ତାଙ୍କ ପୂର୍ବ ସ୍ଥାନ ଦଧିବାମନ ହାଇସ୍କୁଲ, କୁମେଲସିଂହାର ପିଇଟି ପଦବୀକୁ ଫେରାଇ ଦିଆଯାଇଛି। ଜିଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା (ନଂ-୧୮୩୩୭ ତା ୨୦/୧୨/୧୯)ରେ ଏହା ଉଲ୍ଲେଖ ରହିଛି।