ପ୍ରଦୂଷଣ ପାଇଁ ଭାରତକୁ ଦାୟୀ କଲା ପାକିସ୍ତାନ

ଇସ୍‌ଲାମାବାଦ,୩୧।୧୦: ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଇମ୍ରାନ ଖାଁଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଫୟାଦ ଚୌଧୂରୀ ଏଥର ବି ଆସିଛନ୍ତି ଚର୍ଚ୍ଚାକୁ। ଏଥର ପାକିସ୍ତାନରେ ବଢୁଥିବା ପ୍ରଦୂଷଣକୁ ନେଇ ସେ ମତ ଦେଇଛନ୍ତି। ସେ କହିଛନ୍ତି ଲାହୋରରେ ହେଉଥିବା ପ୍ରଦୂଷଣ ପାଇଁ ଭାରତ ଦାୟୀ। ଜଳବାୟୁ ପରିବର୍ତ୍ତନ ଓ ଭାରତରେ ଚାଷୀମାନେ ନଡା ଜାଳିବା ଫଳରେ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଚୌଧୁରୀଙ୍କ ଏମିତି ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କିଛି ନା କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଏହି ମନ୍ତ୍ରୀ ପୁଣିଥରେ ଏହାକୁ ଦୋହରାଇଛନ୍ତି।

Share