Advertisement

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଚିକିତ୍ସାଳୟରେ ଭର୍ତ୍ତି

ଜୟପୁର,୭।୬(ଡି.ଏନ.ଏ): ପଦ୍ମଶ୍ରୀ କମଳା ପୂଜାରୀ ଗତ ଶନିବାର ମଧ୍ୟାହ୍ନରେ ଅସୁସ୍ଥ ଯୋଗୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରବିବାର ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଥିବା ସହିତ ଆସନ୍ତା ସୋମବାର ଡିସଚାର୍ଜ କରାଯିବ ବୋଲି ଚିକତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ା ଗତ ସୋମବାର ଜୟପୁର ବ୍ଲକ ପାତ୍ରପୁଟ ଗ୍ରାମ ନିଜ ବାସଗୃହରେ କମଳା ଅସୁସ୍ଥ ହୋଇପଡିଥିଲେ। ତାଙ୍କର ସ୍ବାସ୍ଥ୍ୟ ବିଷୟରେ ବୁଝିବାକୁ ଜୟପୁର ଅତିରିକ୍ତ ତହସିଲଦାର ନିଳାମ୍ବର ପୂଜାରୀ ତାଙ୍କ ବାସଭବନକୁ ଯାଇଥିଲେ। କିନ୍ତୁ ଅସୁସ୍ଥତା ଦେଖି ତୁରନ୍ତ ତାଙ୍କୁ ନିଜ ସରକାରୀ ଗାଡିରେ ଆଣି ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କୁ ସ୍ବତନ୍ତ୍ର ୨ ନମ୍ବର କକ୍ଷରେ ରଖାଯାଇଥିଲା। ଜିଲା ଚିକିତ୍ସାଳୟର ଅଧୀକ୍ଷକ ଡା. ରାମଚନ୍ଦ୍ର ମହାନ୍ତିଙ୍କ ସମେତ ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ। ରକ୍ତଚାପ ବୃଦ୍ଧି ପାଇଥିବା ସହିତ ବାର୍ଦ୍ଧକ୍ୟଜନିତ ଦୁର୍ବଳତା ଯୋଗୁ ସାମାନ୍ୟ ଅସୁସ୍ଥ ହୋଇଥିଲେ। ଚିକିତ୍ସାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ତାଙ୍କ ପୁଅ ଟଙ୍କଧର ପୂଜାରୀ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share