ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ପାଇବେ ଗାନ୍ଧୀ ସେବା ସମ୍ମାନ

କଟକ ଅଫିସ, ୨୦ା୭: ସ୍ବାଧୀନତା ସଂଗ୍ରାମୀ ଓ ପ୍ରାକ୍ତନ ଏମ୍‌ପି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମର୍ଯ୍ୟାଦାଜନକ ଗାନ୍ଧୀ ସେବା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ୨୨ ତାରିଖ ସନ୍ଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ବତ ପୀଠ ଶାରଳା ଭବନଠାରେ ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସଦର ପ୍ରତିଷ୍ଠାତା ଓ ସଭାପତି ପ୍ରଫେସର ଇଂ.ପ୍ରଭାକର ସ୍ବାଇଁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ପଟ୍ଟନାୟକ ତାଙ୍କର ସମଗ୍ର ଜୀବନ ମାନବ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି। ଛାତ୍ରାବସ୍ଥାରୁ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।

Share